ଲଙ୍କା ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ । ଦୁଇ ପରିବର୍ତ୍ତନ ସହ ଶେଷ ଲିଗ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।

126

କନକ ବ୍ୟୁରୋ : ଲିଡସରେ ମୁହାଁମୁହିଁ ଏସୀୟ ମହାଦେଶର ଦୁଇ ଟିମ ଭାରତ-ଶ୍ରୀଲଙ୍କା । ବିଶ୍ୱକପରେ ନିଜର ଶେଷ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ଉଭୟ ଟିମ୍ । ଆଉ ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଶ୍ରୀଲଙ୍କା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି । ଭାରତୀୟ ସମୟ ଦିନ ୩ଟାରେ ଲିଡସ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଆରମ୍ଭ ହେବ ।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ୨ଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇବ । ଦୁଇ ବୋଲର ସାମି ଓ ଚହଲଙ୍କୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଶ୍ରାମ ଦିଆଯାଇଥିବା ବେଳେ ରବୀନ୍ଦ୍ର ଜାଡେଜା ଓ କୁଳଦୀପ ଯାଦବଙ୍କୁ ସୁଯୋଗ ମିଳିଛି । ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳିବେ ଜାଡେଜା ।

ଏହାପୂର୍ବରୁ ବିରାଟ ବାହିନୀ ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇଥିବା ବେଳେ ଶ୍ରୀଲଙ୍କା ବିଶ୍ୱକପର ଟାଇଟଲ ରେସରୁ ବାଦ୍ ପଡିଛି । ତେଣୁ ଏହି ମ୍ୟାଚର ଫଳାଫଳ ବିଶ୍ୱକପରେ ସେତେଟା ଗୁରୁତ୍ୱ ବହନ କରିବ ନାହିଁ । ତେବେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବ୍ୟାଟିଂ ଅର୍ଡରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।