ଟିମ୍ ଇଣ୍ଡିଆର ଦମଦାର ବୋଲିଂ ପ୍ରଦର୍ଶନ । ୪ଟି ୱିକେଟ୍ ହରାଇଲା ଶ୍ରୀଲଙ୍କା ।

151

କନକ ବ୍ୟୁରୋ : ଭାରତର ଦମଦାର ବୋଲିଂ ପ୍ରଦର୍ଶନ । ଆଇସିସି ବିଶ୍ୱକପ୍ କ୍ରିକେଟର ୪୪ତମ ମ୍ୟାଚରେ ଆଜି ଲିଡ୍ସ ଠାରେ ମୁହାଁମୁହିଁ ହେଉଛନ୍ତି ଭାରତ ଶ୍ରୀଲଙ୍କା । ଶ୍ରୀଲଙ୍କା ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ଦଳକୁ ପ୍ରଥମରୁ ହିଁ ଲାଗିଛି ଜୋରଦାର ଝଟକା । ଦଳୀୟ ସ୍କୋର ମାତ୍ର ୫୫ ରନ୍ ହୋଇଥିବା ବେଳେ ୪ଜଣ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ୍ ଫେରିଯାଇଛନ୍ତି । 

ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କରୁଣାରତ୍ନେ ଏବଂ କୁଶାଲ ପେରେରୀ ଭଲ ଆରମ୍ଭ କରିଥିଲେ ସୁଦ୍ଧା କ୍ରିଜରେ ଅଧିକ ସମୟ ରହିପାରିନଥିଲେ । ସେହିପରି ଫର୍ନାଣ୍ଡୋ ଏବଂ କୁଶାଲ ମେଣ୍ଡିସ ମଧ୍ୟ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଛନ୍ତି । ଭାରତ ପକ୍ଷରୁ ଜସପ୍ରିତ ବୁମରା ୨ଟି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ରିପୋର୍ଟ ଲେଖା ହେବା ସୁଦ୍ଧା ଶ୍ରୀଲଙ୍କା ୧୪ ଓଭରରେ ୪ଟି ୱିକେଟ୍ ହରାଇ ୬୧ ରନ୍ ସଂଗ୍ରହ କରିଛି ।