ଶ୍ରୀଲଙ୍କା ଇଷ୍ଟର ବ୍ଲାଷ୍ଟ ପରେ ସନ୍ଦିଗ୍ଧଙ୍କ ଠିକଣାରେ ଚଢାଉ କଲା ପୋଲିସ୍ ! ୬ ଜଣ ଛୋଟ ପିଲାଙ୍କ ସମେତ ୧୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ।

170

ଶ୍ରୀଲଙ୍କାରେ ଇଷ୍ଟର ପର୍ବ ଦିନ ହୋଇଥିବା ସିରିଏଲ୍ ବୋମା ବିସ୍ଫୋରଣ ପରେ ଆତଙ୍କବାଦୀ ଘଟଣା ଚାଲୁରହିଛି । ପୋଲିସ ଏବଂ ସୁରକ୍ଷାବଳ ମଧ୍ୟ ଏହାର ଜବାବ୍ ଦେଉଛନ୍ତି । ଶନିବାର ସୁରକ୍ଷାବଳ ପୂର୍ବ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ) ସହ ଜଡିତ ଥିବା ଅନେକ ଠିକଣାରେ ଚଢାଉ କରିଥିଲେ । ଏହି ସମୟରେ ହୋଇଥିବା ମୁହାଁମୁହିଁରେ ୧୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୬ ଜଣ ଛୋଟପିଲା ରହିଛନ୍ତି । ସେନା ପ୍ରବକ୍ତା ସୁମିତ୍ ଅଟାପଟ୍ଟୁ ଏଜେନ୍ସୀକୁ ଏହି ବିବରଣୀ ଦେଇଛନ୍ତି । ସେ କହିଛନ୍ତି ଯେ ସେନା ଯେତେବେଳେ କଲମୁନଇ ସହରରେ ବନ୍ଧୁକଧାରୀଙ୍କ ଠିକଣାରେ ପଶିବାକୁ ଚେଷ୍ଟା କରିଥିଲେ ସେତେବେଳେ ବନ୍ଧୁକଧାରୀ ଗୁଳି ଫୁଟାଇବା ଆରମ୍ଭ କରିଦେଇଥିଲେ । ପ୍ରବକ୍ତା କହିଛନ୍ତି ଯେ ଜବାବରେ ସୁରକ୍ଷାବଳଙ୍କ ଗୁଳିରେ ୧୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏଥିରେ ଜଣେ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

ପୋଲିସ୍ ପ୍ରବକ୍ତା କହିଛନ୍ତି କଲୋମ୍ବୋରୁ ୩୨୫ କି.ମି. ଦୂର ତଟ ସହର କଲମୁନଇରେ ଗୋଳାବାରୁଦ ଚାଲୁଥିବା ସମୟରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ନିଜ ଦେହରେ ବିସ୍ଫୋରଣ ଲଗାଇଥିଲା ଯାହାଦ୍ୱାରା ତାର ମୃତ୍ୟୁ ହୋଇଛି । ପ୍ରବକ୍ତାଙ୍କ ମୁତାବକ, ଆତଙ୍କବାଦୀଙ୍କ ଠିକଣାରୁ ବିସ୍ଫୋଟକର ଏକ ବଡ ଜକ୍ôଷରା,ଡ୍ରୋନ୍ ଏବଂ ଇସଲାମିକ୍ ଷ୍ଟେଟ୍ ଲୋକଙ୍କର ଏକ ବ୍ୟାନର୍ ଜବତ କରାଯାଇଛି । ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ଏପ୍ରିଲ୍ ୨୧ ତାରିଖରେ ଖ୍ରୀଷ୍ଟିୟାନ୍ ସମୁଦାୟର ଇଷ୍ଟର ପର୍ବ ସମୟରେ ଶ୍ରୀଲଙ୍କାର ଭିନ୍ନ ଭିନ୍ନ ସ୍ଥାନରେ ଚର୍ଚ୍ଚକୁ ଟାର୍ଗେଟ୍ କରାଯାଇଥିଲା । ମୋଟ ୮ ଟି ବୋମା ଧମାକା ହୋଇଥିଲା,ଯେଉଁଥିରେ ୨୫୩ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା ଏବଂ ଶତାଧିକ ଲୋକ ଗୁରୁତର ଆହତ ହୋଇଥିଲେ । ଆତଙ୍କବ ାଦୀ ସଂଗଠନ ଆଇଏସଆଇଏସ୍ ଏହି ଧମାକାରେ ନିଜକୁ ଦାୟୀ କରିଛି । ଏହି ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ବଡ ପରିମାଣରେ ଅନ୍ତିମ ସଂସ୍କାର କରାଯାଉଛି ଏବଂ ସବୁ ସ୍ଥାନର ମଧ୍ୟ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରାଯାଉଛି ।