ଭୁବନେଶ୍ୱର-ଚହଲଙ୍କ କମାଲ । ୨୭୫ ରନ କଲା ଶ୍ରୀଲଙ୍କା । ଭାରତ ଆଗରେ ୨୭୬ ରନର ବିଜୟ ଲକ୍ଷ୍ୟ

193

କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆରେ କମାଲ ଦେଖାଇଛନ୍ତି ୟୁଜବେନ୍ଦ୍ର ଚହଲ ଓ ଭୁବନେଶ୍ୱର କୁମାର । ଉଭୟ ୩ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଫଳରେ ୨୭୫ ରନରେ ସୀମିତ ରହିଛି ଶ୍ରୀଲଙ୍କା ଦଳ । ଏବେ ଭାରତ ଆଗରେ ୨୭୬ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ଆରମ୍ଭରୁ ଭଲ ପ୍ରଦର୍ଶନ କରିବାକୁ ହେବ ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଦୁଇ ଓପନର ପାଳି ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଚାରିଥ ଆସଲାଙ୍କା ୬୫, ଅଭିଷ୍କା ଫ୍ରନାଣ୍ଡୋ ୫୦, ଚାମିକା କରୁଣାରତ୍ନେ ୪୪ କରିଥିଲେ । ଫଳରେ ଦଳ ୫୦ ଓଭରରେ ୯ ୱିକେଟ ହରାଇ ୨୭୫ ରନ କରିପାରିଛି ।