ମଉଳିଲା ଟିମ ଇଣ୍ଡିଆର ଏସିଆ କପ ଆଶା: ଭାରତକୁ ୬ ୱିକେଟରେ ହରାଇଲା ଶ୍ରୀଲଙ୍କା

803

କନକ ବ୍ୟୁରୋ: ଏସିଆ କପ ସୁପର ୪ ମ୍ୟାଚରେ ଆଜି ଲଗାତାର ଦ୍ୱିତୀୟଥର ପରାଜୟ ହୋଇଛି ଭାରତ । ଆଜି ଭାରତ ଶ୍ରୀଲଙ୍କାଠୁ ୬ ୱିକେଟରେ ପରାଜିତ ହୋଇଛି । ଫଳରେ ଭାରତର ଏସିଆକପ ଫାଇନାଲ ଖେଳିବା ଆଶା ମଉଳିଯାଇଛି । ପୂର୍ବରୁ ପାକିସ୍ତାନଠାରୁ ପରାଜିତ ହୋଇଥିବା ବେଳେ ଏବେ ଶ୍ରୀଲଙ୍କାଠାରୁ ପରାଜିତ ହୋଇ ଭାରତ ଏହି ରେସରେ ପଛରେ ପଡିଯାଇଛି ।

ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ରୋହିତ ଶର୍ମାଙ୍କୁ ଛାଡିଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ । ରୋତିତ ଶର୍ମା ଜବରଦସ୍ତ ୭୨ ରନ କରିଥିଲା ବେଳେ ସୂର୍ଯ କୁମାର ଯାଦବ ୩୪ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୮ ୱିକେଟ ହରାଇ ୧୭୩ ରନ କରିଥିଲା ।

ସେପଟେ ୧୭୪ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ଆରମ୍ଭରୁ ଚମତ୍କାର ବ୍ୟାଟିଂ ଆରମ୍ଭ କରିଥିଲା । ନିଶଙ୍କା ୫୨, କୁଶଲ ମେଣ୍ଡିସ ୫୭ ରନ ବଳରେ ଦଳ ୧୯ ଓଭର ୫ ବଲ ଖେଳି ଏହି ବିଜୟ ଲକ୍ଷ୍ୟ ପୂରା କରିଥିଲା ।