ଶ୍ରୀଲଙ୍କାର ଚିଲା ସହରରେ କର୍ଫ୍ୟୁ : ଇଷ୍ଟର ରବିବାରରେ ବୋମା ବିସ୍ଫୋରଣ ପରେ ଦେଶରେ ବଢୁଛି ସାମ୍ପ୍ରଦାୟିକ ହିଂସା

113

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଇଷ୍ଟର ରବିବାର ଅବସରରେ ହୋଇଥିବା ବୋମା ବିସ୍ଫୋରଣ ପରେ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖା ଦେବାରେ ଲାଗିଛି । ଶ୍ରୀଲଙ୍କାର ପଶ୍ଚିମାଂଚଳରେ ଥିବା ଚିଲା ସହରରେ ପୁଣି ଥରେ ହିଂସା ଦେଖାଦେଇଛି । ଅଳ୍ପସଂଖ୍ୟକଙ୍କ ଦୋକାନ ଉପରେ ପୁଣି ଥରେ କିଛି ଲୋକ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଏହାପରେ ସେଠାରେ କର୍ଫ୍ୟୁ ଜାରି କରାଯାଇଛି । ଚିଲାର ଏହି ଅଂଶରେ ଖ୍ରୀଷ୍ଟିୟାନ ଓ କ୍ୟାଥଲିକ ସମ୍ପ୍ରଦାୟର ଅଧିକ ଲୋକ ବସବାସ କରନ୍ତି । କ୍ୟାଥଲିକ ଓ ଇସଲାମ ଧର୍ମାବଲମ୍ବୀଙ୍କ ମଧ୍ୟରେ ବିବାଦ ଲାଗିରହିଛି । ପୂର୍ବରୁ ହୋଇଥିବା ହିଂସାରେ ଦୁଇ ସମ୍ପ୍ରଦାୟର ଅନେକ ବ୍ୟକ୍ତି ଆହତ ହୋଇଛନ୍ତି ।