କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା । କେଉଁଠି ଆୟୋଜନ ହେବ ମ୍ୟାଚ ତାକୁ ନେଇ ବଢୁଛି ଆଶଙ୍କା । ଏହାରି ମଧ୍ୟରେ ଆଉ ଏକ ଖବର ଆସିଛି । ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ ଆୟୋଜନ ହୋଇପାରେ । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସହ ଆଲୋଚନା କରୁଛି ବିସିସିଆଇ ।
ଟି-୨୦ ବିଶ୍ୱକପର ଆୟୋଜନ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବାର ଥିଲା । ହେଲେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଏହାକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି ବିସିସିଆଇ । ଏହାପୂର୍ବରୁ ଶ୍ରୀଲଙ୍କା ଏଲଆଇପିଏଲ ଆୟୋଜନ ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା । ତେବେ ଭେନ୍ୟୁ ତୁରନ୍ତ ବାଛିବାକୁ ଜୁନ ୨୮ ଯାଏଁ ବିସିସିଆଇକୁ ସମୟ ଦେଇଛି ଆଇସିସି ।
ସେହିପରି ୟୁଏଇରେ ମଧ୍ୟ ଟି-୨୦ ବିଶ୍ୱକପ ଆୟୋଜନ ପାଇଁ ଚର୍ଚ୍ଚା ହେଉଛି । ହେଲେ ଯଦି ୟୁଏଇରେ ହୁଏ ତେବେ ସେଠାରେ କେବଳ ୩ଟି ଷ୍ଟାଡିୟମ ରହିଛି । କିନ୍ତୁ ଶ୍ରୀଲଙ୍କା ପାଖରେ ଷ୍ଟାଡିୟମର ଅନେକ ବିକଳ୍ପ ରହିଛି । ତେବେ କେଉଁଠି ହେବ ଟି-୨୦ ବିଶ୍ୱକପ ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/dadc3-16052386928270-800.jpg)