ଦେବାଳିଆ ଶ୍ରୀଲଙ୍କାର ବଡ଼ ଘୋଷଣା । ବିଦେଶୀ ଋଣ ସୁଝିବାକୁ ଅସମର୍ଥ ଦେଶ ।

416

କନକ ବ୍ୟୁରୋ : ଶ୍ରୀଲଙ୍କାରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିଦେଶୀ ରୁଣ ଭାରରେ ବୁଡିଥିବା ଶ୍ରୀଲଙ୍କା ମଙ୍ଗଳବାର ଏକ ବଡ ଘୋଷଣା କରିଛି । ୫୧ ଆରବ ଡଲାର ବିଦେଶୀ ବକେୟା ରୁଣ ଏବେ ସୁଝିବାକୁ ଅସମର୍ଥ ବୋଲି ଘୋଷଣା କରିଛି ଶ୍ରୀଲଙ୍କା ସେଂଟ୍ରାଲ ବ୍ୟାଙ୍କ । ସେପଟେ ଦେଶବାସୀଙ୍କୁ ସମ୍ବୋଧିତ କରି କରୋନା କାରଣରୁ ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ।

ଦେବାଳିଆ ଶ୍ରୀଲଙ୍କାର ବଡ଼ ଘୋଷଣା । ବିଦେଶୀ ଋଣ ସୁଝିବାକୁ ଅସମର୍ଥ ଦେଶ । ଭୀଷଣ ଆର୍ଥିକ ସଂକଟରେ ଉବୁଟୁବୁ ଶ୍ରୀଲଙ୍କା । ଦେଶର ନାଗରିକ ପ୍ରତିଦିନ ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାରି ଭିତରେ ଶ୍ରୀଲଙ୍କାକୁ ଆର୍ଥିକ ସଂକଟରୁ ମୁକୁଳେଇବା ପାଇଁ ସହାୟତାର ହାତ ବଢାଇଛନ୍ତି ଭାରତ ସରକାର । ମଙ୍ଗଳବାର କେନ୍ଦ୍ର ସରକାର ଶୀଲଙ୍କାକୁ ୧୧ ହଜାର ମେଟ୍ରିକ ଟନ ଚାଉଳ ପଠାଇଛନ୍ତି । ସେପଟେ ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ଏକ ବଡ ଘୋଷଣା କରିଛି । ୫୧ ଆରବ ଡଲାର ବିଦେଶୀ ବକେୟା ରୁଣ ସୁଝିବାକୁ ଅସମର୍ଥ ବୋଲି ସ୍ୱୀକାର କରିଛନ୍ତି ସେଂଟ୍ରାଲ ବ୍ୟାଙ୍କ ଗର୍ଭନର ପି. ନନ୍ଦଲାଲ ୱିରାସିଙ୍ଘେ । ଶ୍ରୀଲଙ୍କା ଏତେ ବଡ ପରିମାଣର ବିଦେଶୀ ରୁଣ ସୁଝିବାପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଠାରୁ ସହାୟତା ଅପେକ୍ଷାରେ ଥିବା ଜଣାପଡିଛି ।

ସେପଟେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, କରୋନା କାରଣରୁ ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦେଶରେ ଦିନକୁ ଦିନ ମାନବୀୟ ସଙ୍କଟ ବଢିବାରେ ଲାଗିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ସମେତ ଜରୁରୀ ମେଡିସିନର ମଧ୍ୟ ଘୋର ଅଭାବ ଦେଖାଦେଇଛି । ଅନ୍ୟପେଟେ ଦେଶରେ ସରକାର ବିରୋଧୀ ନାରାବାଜି ମଧ୍ୟ ବଢିବାରେ ଲାଗିଛି । ରାଜରାସ୍ତାକୁ ଓହ୍ଲାଇ ରାଜପକ୍ଷେ ସରକାର ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି ଶ୍ରୀଲଙ୍କା ନାଗରିକ । ସୋମବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆନ୍ଦୋଳନ ବନ୍ଦ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ।

ଦେଶର ବିଦେଶୀ ବକେୟା ରୁଣ ୩ ଲକ୍ଷ ୮୮ ହଜାର କୋଟିରୁ ମଧ୍ୟ ଅଧିକ ରହିଛି । ସେପଟେ ବର୍ତମାନ ବକେୟା ରୁଣ ସୁଝିବାକୁ ଅସମର୍ଥ ବୋଲି ଶ୍ରୀଲଙ୍କା ସେଂଟ୍ରାଲ ବ୍ୟାଙ୍କ ଘୋଷଣା କରିଛି । ଦେଶର ଆର୍ଥିକ ସଂକଟ ସୁଧାରିବାକୁ ଶ୍ରୀଲଙ୍କା ସରକାର ଆଗକୁ ଆଉ କେଉଁ କେଉଁ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।