ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା: ଏହି ୩ ବଡ ଖେଳାଳି ବାଦ

Advertisment
ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା: ଏହି ୩ ବଡ ଖେଳାଳି ବାଦ

କନକ ବ୍ୟୁରୋ: ଭାରତ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା ଟିମ ଘୋଷଣା ହୋଇଛି । ଆହତ ସମସ୍ୟା ଯୋଗୁଁ ଏହି ସିରିଜରୁ ଅବିଷ୍କା ଫର୍ଣ୍ଣାଣ୍ଡୋ, ନୁଆନ ତୁଷାରା ଓ ରମେଶ ମେଣ୍ଡିସଙ୍କୁ ଦଳରେ ସ୍ଥାମ ମିଳିନାହିଁ । ତେବେ ଏହି ପ୍ରମୁଖ ଖେଳାଳି ଏହି ସିରିଜରୁ ବାଦ ପଡିବା ଶ୍ରୀଲଙ୍କା ପାଇଁ ବଡ କ୍ଷତି ସାବ୍ୟସ୍ତ ହୋଇପାରେ । ଏହି ସିରିଜରେ ଦାସୁନ ସନାକା ଅଧିନାୟକ ଦାୟିତ୍ୱ ତୁଲାଇବେ ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଶ୍ରୀଲଙ୍କାର ଏହି ୩ ଖେଳାଳି ଆହତ ହୋଇଥିଲେ । ଭାରତ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିଥିବା ବେଳେ ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳି ଫେରିଛି । ଅର୍ଥାତ ଏହି ସିରିଜ ମଧ୍ୟରେ ମାତ୍ର ୩ ଦିନର ଅନ୍ତର ରହିଛି । ଫେବୃଆରୀ ୨୬ ତାରିଖରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଲକ୍ଷ୍ନୌରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe