ଶ୍ରୀମନ୍ଦିରରେ ଲାଇଟ ବନ୍ଦ ପରେ ଶ୍ରୀଜଗନ୍ନାଥବଲ୍ଲଭ ପ୍ରଦର୍ଶନୀ ବନ୍ଦ । ୨୫ ପ୍ରକାର ବେଶ କାଢିନେବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ।

148

କନକ ବ୍ୟୁରୋ: ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଲାଇଟ କଢ଼ାଇଯାଇଥିବା ଖବର ଥମିନଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଚିନ୍ତାଜନକ ଖବର । ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରେ ହୋଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପ୍ରଦର୍ଶନୀ ବନ୍ଦ କରିଦିଆଯାଇଛି । ଏଠାରେ ମହାପ୍ରଭୁଙ୍କର ୨୫ ପ୍ରକାରର ବେଶ ସାଙ୍ଗକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ୩ ରଥର ମିନିଏଚର ଶୋଭା ପାଉଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ଭକ୍ତ ମାନେ ଆସୁଥିଲେ, ସେମାନେ ପ୍ରଦର୍ଶନୀ ଭମଣ କରି ମହାପ୍ରଭୁଙ୍କ ବେଶ ଦେଖି ଆତ୍ମତୃପ୍ତି ଲାଭ କରୁଥିଲେ । ଏନେଇ ରାଜ୍ୟ ରାଜକୋଷରୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରାଯାଇଥିଲା । କିନ୍ତୁ ବିଜେଡି ସରକାରର ପରାଜୟ ପରେ ହଠାତ୍ ଏହି ପ୍ରଦର୍ଶନୀକୁ ବନ୍ଦ କରିଦିଆଯାଇଛି । ଗତ ୫ ତାରିଖରୁ ଏଠାରେ ବିଜୁଳି ସଂଯୋଗ କାଟିଦିଆଯାଇଛି । ସ୍ଥାପନ ହୋଇଥିବା ମହାପ୍ରଭୁଙ୍କ ବେଶ ସବୁ ଖୋଲିବା ଆରମ୍ଭ ହୋଇଛି । ଜାନୁଆରୀ ଠାରୁ ଭକ୍ତଙ୍କ ମନ ଜିଣୁଥିଲା ଏହି ପ୍ରଦର୍ଶନୀ । ହଠାତ୍ ଖୋଲି ନିଆଯିବା ଭକ୍ତଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।