କନକ ବ୍ୟୁରୋ: ଦୋଳପୂର୍ଣ୍ଣିମାରେ ଦୋଳରେ ଝୁଲିବେ ଶ୍ରୀ ଦୋଳଗୋବିନ୍ଦ । ସେହିପରି ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହ ରାଜଧିରାଜ ବେଶରେ ଦର୍ଶନ ଦେବେ । ସୁନା ବେଶରେ ସଜେଇ ହେବେ ଶ୍ରୀବିଗ୍ରହ ।
ସକାଳ ୮ଟାରୁ ସାଢେ ୯ଟା ମଧ୍ୟରେ ମହାପ୍ରଭୁଙ୍କ ରାଜଧିରାଜ ବା ସୁନାବେଶ କରାଯଯିବ । ବେଶ ଲାଗି ପରେ ସାଢେ ୯ଟାରୁ ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶରେ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । ଅପରାହ୍ନ ସାଢେ ୪ଟାରୁ ରାତି ୮ଟା ଯାଏଁ ସାହାଣମେଳା ଦର୍ଶନ କରିବେ ଭକ୍ତ । ରାତି ସାଢେ ୧୦ଟାରେ ବେଶ ଓଲାଗି ହେବା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ । ନୀତି ନିର୍ଘଣ୍ଟ ଅନୁଯାୟୀ ମଧ୍ୟାହ୍ନ ସାଢେ ୧୨ଟାରେ ଦୋଳ ବେଦୀକୁ ଠାକୁରଙ୍କ ବିମାନ ବିଜେ କରିବ । ୧୨ଟା ୪୫ ମିନିଟରେ ବେଢା ଶେଷ ପରେ ୧୨ଟା ୫୦ରେ ଦୋଳିକୁ ଦିଅଁ ବିଜେ କରିବେ । ରାତି ସାଢେ ୮ଟାରେ ଦୋଳ ବେଦି ତଳବେଢା ଓ ଦିଅଁଙ୍କ ବାହୁଡା ବିଜେ ନୀତି ଅନୁଷ୍ଠିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/puri.jpg)