ଆଧ୍ୟତ୍ମିକତା ଚେତନାର ଜାଗରଣ ପାଇଁ ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଇଡ ଅନୁଷ୍ଠାନର ପ୍ରୟାସ। ଅନୁଷ୍ଠିତ ହୋଇଯାଇଛି ଶ୍ରୀ ଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ

ଆଧ୍ୟତ୍ମିକତା ଚେତନାର ଜାଗରଣ ପାଇଁ ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଇଡ ଅନୁଷ୍ଠାନର ପ୍ରୟାସ। ଅନୁଷ୍ଠିତ ହୋଇଯାଇଛି ଶ୍ରୀ ଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ

କନକ ବ୍ୟୁରୋ: ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଇଡ ପକ୍ଷରୁ ପୁରୀରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀ ଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ । ଚଳିତ ମାସ ୪ରୁ ୬ ତାରିଖ ଯାଏ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୨୦ଟି ଦେଶରୁ ଭକ୍ତ ଓ ଆଧ୍ୟାତ୍ମିକ ଜିଜ୍ଞାସୁ ଯୋଗଦେଇଥିଲେ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ଅନେକ ଭକ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥି୍ତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଉଦଘାଟନ କରିଥିବା ବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉଦଯାପନ କରିଥିଲେ । ବିଭିନ୍ନ ଅଧିବେଶନରେ ଅନେକ ସଂଖ୍ୟାରେ ସାଧୁସନ୍ଥ ଯୋଗଦେଇ ସେମାନଙ୍କ ମତ ରଖିଥିଲେ ।

ମହାପ୍ରଭୁଙ୍କ ମହିମାର ପ୍ରଚାର ତଥା ପ୍ରସାର ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ ଅନୁଷ୍ଠାନ ହେଉଛି ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଇଡ । ୨୦୨୦ ମସିହାରେ ଏହି ଅନୁଷ୍ଠାନର ମୂଳଦୁଆ ପଡିଥିଲା । ୨୦୨୧ ମସିହାରେ ଏହା ପଞ୍ଜୀକୃତ ହୋଇଥିଲା । ମାତ୍ର ୭ଟି ଦେଶର ପ୍ରତିନିଧିଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ବର୍ତ୍ତମାନ ଅନେକ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ସାରା ବିଶ୍ୱରେ ମହାପ୍ରଭୁଙ୍କ ସଂସ୍କୃତି, ପରମ୍ପରା, ମାନବିକ ମୂଲ୍ୟବୋଧର ପ୍ରଚାର ପ୍ରସାର କରିଆସିଛି । ବିଭିନ୍ନ ସମୟରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ସତସଙ୍ଗର ମଧ୍ୟ ଆୟୋଜନ କରାଯାଇଥାଏ । ଅନୁଷ୍ଠାନରେ ଅଷ୍ଟ୍ରେଲିଆ, ବାହାରିନ, ଭାରତ, ଘାନା, ଆୟାରଲାଣ୍ଡ, ଆଇଭରୀ କୋଷ୍ଟ, ତାଞ୍ଜାନିଆ, କେନିଆ, ଆମେରିକା, ନାଇଜେରିଆ, ୟୁକେରେ ଭକ୍ତମାନେ ସାମିଲ ରହିଥିଲେ ।

ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଭାବେ ନାଇଜେରିଆର ରମେଶ ଚନ୍ଦ୍ର ବିଶ୍ୱାଳ, ନଭି ମୁମ୍ବାଇର ଡ. ଭଗବାନ ପଣ୍ଡା, ଭୁବନେଶ୍ୱରର ଡ. ହର ପ୍ରସନ୍ନ ଦାସ, ନାଇଜେରିଆର ସଂଗ୍ରାମ କେଶରୀ ପଟ୍ଟନାୟକ, ଅହମ୍ମଦାବାଦର ବସନ୍ତ କୁମାର ପଣ୍ଡା, ବାଙ୍ଗାଲୋରର ମନୋଜ କୁମାର ପାତ୍ର, ଲଣ୍ଡନର ସୁକାନ୍ତ କୁମାର ସାହୁ, ଅଷ୍ଟ୍ରେଲିଆର ତରୁଣ ଅଗସ୍ତି ସାମିଲ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe