କନକ ବ୍ୟୁରୋ: ଚାରିଦିନ ପରେ ବି ଗଡିପାରିନି କେନ୍ଦ୍ରାପଡାରେ ପ୍ରଭୁ ବଳଦେବଜିଉଙ୍କ ବ୍ରହ୍ମତାଳଧ୍ୱଜ ରଥ। ଅଧାରେ ଅଟକି ରହିଛି ରଥ। ପୋଲିସ, ପ୍ରଶାସନର ଯେତେ ପରିଶ୍ରମ ସତ୍ତେ୍ୱ କୌଣସି ସୁଫଳ ମିଳିପାରିନାହିଁ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

Advertisment

୭ ତାରିଖରୁ ରଥଯାତ୍ରା ଦିନ ଶ୍ରୀବଳଦେବଜିଉଙ୍କ ରଥ ଗଡିବା ଆରମ୍ଭ କରିଥିଲେ ବି ତାହା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିପାରୁନାହିଁ । ବରଂ ଅଧବାଟରେ ଅଟକି ରହିଛି । ରଥ ଗଡିବା ଆରମ୍ଭ କରିବା ମାତ୍ରେ ରଥ ବାମମୋଡ ନେଉଛି । ଏହାକୁ ଟ୍ରାକକୁ ଆଣିବାକୁ ରେଲୱେ ବିଭାଗ ପକ୍ଷରୁ ହାଇଡ୍ରୋଲିକ୍ ମେସିନ ବ୍ୟବହାର କରାଯାଇଥିଲେ ବି କିଛି ଲାଭ ହେଉନି । ରଥକୁ ଟାଣିବାକୁ ଚେଷ୍ଟା କଲେ କେତେବେଳେ ଏହା ବାମ କିମ୍ବା ଡାହାଣକୁ ମାଡିଯାଉଛି । ଫଳରେ ଆଗକୁ ବଢିପାରୁନି ମହାପ୍ରଭୁଙ୍କ ବ୍ରହ୍ମ ତାଳଧ୍ୱଜ ରଥ ।

ତେବେ ଏସବୁ ଲାଗି କେଉଁଠି ତ୍ରୁଟି ରହିଲା ସେନେଇ ଉଠୁଛି ପ୍ରଶ୍ନ । ରଥ ନିର୍ମାଣରେ ତ୍ରୁଟି ନା ଆଉ କେଉଁଠି ତ୍ରୁଟି ରହିଛି ତାକୁ ନେଇ ପ୍ରଶ୍ନ କରୁଛନ୍ତି ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀ ।