ଆଜି ଏଲିମିନେଟର ମ୍ୟାଚ । ଟସ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର 

87

କନକ ବ୍ୟୁରୋ : ଆଜିର ଆଇପିଏଲ ଏଲିମିନିଟର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଡଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଆଜିର ମ୍ୟାଚରେ ଯେଉଁ ଦଳ ବିଜୟ ଲାଭ କରିବ ସେ ଦିଲ୍ଲୀ ସହ ଦ୍ୱିତୀୟ କ୍ୱାଲିଫାୟର ଖେଳିବ । ଅନ୍ୟପକ୍ଷରେ ପରାଜିତ ଦଳ ଆଇପିଏଲରୁ ବାଦ ପଡିବ । ତେଣୁ ଉଭୟ ଦଳ ବିଜୟୀ ହୋଇ ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ଆଶାରେ ରହିବେ ।

ବାଙ୍ଗାଲୋରରେ ଡିଭିଲିୟର୍ସ, ବିରାଟ କୋହଲି, ପାଡିକଲ ଓ ଚହଲଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, ରିଦ୍ଧିମାନ ଶାହ ଓ ମନିଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି ।