କନକ ବ୍ୟୁରୋ : ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା । ସନ୍ରାଇଜର୍ସକୁ ଅନେକ ମ୍ୟାଚ୍ ଜିତାଇଥିବା ରସିଦ୍ ଖାନ୍ ଏଥର ଦଳରେ ନାହାନ୍ତି । ତାଙ୍କ ଉପସ୍ଥିତିରେ ଦଳ ଥରେ ଚାମ୍ପିଅନ୍ ହୋଇଥିଲା । ଭୁବନେଶ୍ୱର କୁମାର, ଟି ନଟରାଜନ୍ ଓ ଉମ୍ରାନ୍ ମଲ୍ଲିକ ବୋଲିଂ ବିଭାଗ ସମ୍ଭାଳିବେ । ୱାସିଂଟନ ସୁନ୍ଦର ମୁଖ୍ୟ ସ୍ପିନର ଭାବେ ଖେଳିବେ ।

Advertisment

ରାହୁଲ ତ୍ରିପାଠୀ ଓ ଅଭିଷେକ ଓପନିଂ କରିପାରନ୍ତି । ରାଜସ୍ଥାନ ଲୟାଲ୍ସରେ ଟ୍ରେଂଟ ବୋଲ୍ଡ, ପ୍ରସିଦ୍ଧ କ୍ରିଷ୍ଣା, ଆର ଅଶ୍ୱିନ ଓ ଯୁଝବେନ୍ଦ୍ର ଚହଲ ବୋଲିଂ ବିଭାଗ ସମ୍ଭାଳିବେ । ଜୋସ ବଟଲର, ଦେବଦତ ପାଡିକଲ ଓ ଅଧିନାୟକ ସଞ୍ଜୁ ସାମସନ୍ ବ୍ୟାଟିଂ ସମ୍ଭାଳିବେ । ଆଜିର ମ୍ୟାଚ୍ ବେଶ୍ ରୋମାଂଚକର ହେବ ବୋଲି ଆଶା କରାଯାଉଛି ।