ୱାର୍ନରଙ୍କ ବିସ୍ଫୋରକ ବ୍ୟାଟିଂ । ପଞ୍ଜାବକୁ ୨୧୩ ରନର ଟାର୍ଗେଟ୍ ଦେଲା ହାଇଦ୍ରାବାଦ ।

118

କନକ ବ୍ୟୁରୋ : ପୁଣି ଥରେ ପଡିଆରେ ଦମ୍ ଦେଖାଇଛନ୍ତି ଡେଭିଡ୍ ୱାର୍ନର । ୱାର୍ନରଙ୍କ ଦମଦାର ଅର୍ଦ୍ଧଶତକ ବଳରେ କିଙ୍ଗସ ଏକାଦଶ ପଞ୍ଜାବକୁ ୨୧୩ ରନର ଟାର୍ଗେଟ ଦେଇଛି ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲର ୪୮ତମ ମ୍ୟାଚରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ପ୍ରଥମେ ଟସ୍ ଜିତି ପଞ୍ଜାବ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୧୨ ରନ୍ କରିବାରେ ସକ୍ଷମ ହୋଇଛି । ଡେଭିଡ୍ ୱାର୍ନର ୫୬ଟି ବଲରୁ ୨ଟି ଛକା ଏବଂ ୭ଟି ଚୌକା ବଳରେ ୮୧ ରନ କରିଛନ୍ତି ।

ଓ୍ଵାର୍ଣ୍ଣର ପ୍ରଥମ ଓ୍ଵିକେଟରେ ଋଦ୍ଧିମାନ ଶାହା (୨୮ ରନ୍‌)ଙ୍କ ଶହ ୭୮ ରନ ଭାଗିଦାରୀ ହୋଇଥିଲେ। ଶାହା ୧୩ଟି ବଲ ଖେଳି ମୁରୁଗାନ ଅଶ୍ୱିନଙ୍କ ଶିକାର ହୋଇଥିଲେ । ଦ୍ୱିତୀୟ ଓ୍ଵିକେଟରେ ମଧ୍ୟ ହାଇଦ୍ରାବାଦ୍‌ ଭଲ ସ୍କୋର କରିଥିଲା । ସ୍କୋର ୧୬୦ ରନ୍‌ରେ ମନୀଷ ପାଣ୍ଡେ ଦଳର ଦ୍ୱିତୀୟ ଓ୍ଵିକେଟ ଭାବେ ଅଶ୍ୱିନଙ୍କ ଦ୍ୱାରା ଆଉଟ ହୋଇଥିଲେ । ସେହିପରି ପଂଜାବର ୩ୟ ଶିକାର ହୋଇଥିଲେ ଓ୍ଵାର୍ଣ୍ଣର ।