କନକ ବ୍ୟୁରୋ : ଆଇପିଏଲର ଆଜି ୪୧ ତମ ମ୍ୟାଚରେ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । ଏହି ହାଇଭୋଲଟେଜ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ହାଇଦ୍ରାବାଦକୁ ପ୍ରାରମ୍ଭିକ ଝଟକା ଲାଗିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଡେଭିଡ୍ ୱାର୍ନର ଏବଂ ମନୀଷ ପାଣ୍ଡେଙ୍କ ଦମଦାର ବ୍ୟାଟିଂ ପାଇଁ ଦଳ ଏକ ଭଲ ସ୍କୋର ଛିଡାକରିପାରିଛି । ଡେଭିଡ୍ ୱାର୍ନର ୪୫ଟି ବଲରୁ ୨ଟି ଛକା ଏବଂ ୩ଟି ଚୌକା ବଳରେ ୫୭ ରନ କରି ଆଉଟ୍ ହୋଇଥିଲେ । ସେପଟେ ମନୀଷ ପାଣ୍ଡେ ୪୯ଟି ବଲରୁ ୩ଟି ଛକା ଏବଂ ୭ଟି ଚୌକା ବଳରେ ୮୩ ରନ୍ କରି ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ହରଭଜନ ସିଂହ ସର୍ବାଧିକ ୨ଟି ୱିକେଟ୍ ନେଇଛନ୍ତି ।