ଜସନ ରୟଙ୍କ ରୋମାଞ୍ଚକର ବ୍ୟାଟିଂ । ବାଙ୍ଗାଲୋର ଆଗରେ ୧୪୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ହାଇଦ୍ରାବାଦ ।

82

କନକ ବ୍ୟୁରୋ : ଆବୁଧାବିରେ ଆଜି ଖେଳାଯାଉଥିବା ରୋମାଞ୍ଚକ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଆଗରେ ୧୪୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ହାଇଦ୍ରାବାଦ । ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ।

ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିବା ହାଇଦ୍ରାବାଦ ପ୍ରଥମରୁ ଭଲ ଖେଳିଥିଲେ ମଧ୍ୟ ଶେଷ ବେଳକୁ ସ୍କୋର କରିବାରେ ବିଫଳ ହୋଇଥିଲା । ଦଳ ପକ୍ଷରୁ ଜସନ ରୟ ସର୍ବାଧିକ ୪୪ ରନ୍ କରିଥିବା ବେଳେ, ଅଧିନାୟକ କେନ୍ ୱିଲିୟମସନ୍ ୩୧, ଜେସନ୍ ହୋଲ୍ଡର ୧୬ ରନ୍ କରିଛନ୍ତି । ତେବେ ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି ।