କନକ ବ୍ୟୁରୋ : ୨୦୨୧ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦୨୨ ଆଇପିଏଲ ପାଇଁ ନୀଳନକ୍ସା ପ୍ରସ୍ତୁତ କରିଛି । ଆଉ ଏଥିପାଇଁ ୩ ଖେଳାଳୀଙ୍କୁ ରିଟେନ କରିଛି ହାଇଦ୍ରାବାଦ । ଅଧିନାୟକ ୱିଲୟମସନଙ୍କ ସମେତ ଅନ୍ୟ ଦୁଇ ଭାରତୀୟ ଖେଳାଳୀଙ୍କୁ ଦଳ ରିଟେନ କରିଛି । ଅର୍ନ୍ତଜାତୀୟ ପର୍ଦାପଣ କରିନଥିବା ଏହି ଦୁଇ ଖେଳାଳୀ ବୋଲର ହୋଇଥିବା ବେଳେ ଉଭୟଙ୍କୁ ୪ କୋଟି ଟଙ୍କାରେ ରିଟେନ କରିଛି ଦଳ । ଅର୍ନ୍ତଜାତୀୟ ପଦାର୍ପଣ କରିନଥିବା ଖେଳାଳୀଙ୍କୁ ୪ କୋଟି ଟଙ୍କାରେ ରିଟେନ କରିବାକୁ ନିୟମ ରହିଛି । ଅନ୍ୟପଟେ ପ୍ରଥମ ପସନ୍ଦର ଖେଳାଳୀ ଭାବେ ୱିଲିୟମସନଙ୍କୁ ୧୪ କୋଟି ଟଙ୍କାରେ ଦଳ ରିଟେନ ରଖିଛି । ଅଥାର୍ତ ଏହି ୩ ଖେଳାଳୀଙ୍କୁ ରିଟେନ ରଖିବାକୁ ଦଳ ୨୨ କୋଟି ଟଙ୍କା ଖର୍ଚ୍ଚ କରିଛି ।
Take a look at the @SunRisers retention list 👍#VIVOIPLRetentionpic.twitter.com/fXv62OyAkA
— IndianPremierLeague (@IPL) November 30, 2021
ପୂର୍ବ ଚର୍ଚ୍ଚା ଅନୁଯାୟୀ ସନରାଇଜର୍ସ ହାଇଦ୍ରାବାଦ ଆଫଗାନ ବୋଲର ରସିଦ ଖାନ୍, ଡେଭିଡ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ମହମ୍ମଦ ନବି, ମନୀଷ ପାଣ୍ଡେ, ସନ୍ଦୀପ ଶର୍ମା, ଜେସନ ହୋଲଡରଙ୍କ ଭଳି ଖେଳାଳୀଙ୍କୁ ଦଳ ରିଲିଜ କରିଛି । ୱାର୍ଣ୍ଣର ପୂର୍ବରୁ ସନରାଇଜର୍ସ ଛାଡିବା ନେଇ ସଂକେତ ଦେଇଥିବା ବେଳେ ରସିଦ ଖାନଙ୍କୁ ଦଳ ସାଥୀରେ ରଖିବାରେ ସଫଳ ହୋଇନାହିଁ । ତେଣୁ ମହାନିଲାମୀରେ ଦଳ ରସିଦଙ୍କ ବଦଳରେ କେଉଁ ଖେଳାଳୀଙ୍କୁ କିଣିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।
Presenting the 2️⃣ #Risers along with Captain Kane who will continue to don the #SRH colours in #IPL2022 🧡
We enter the auction with a purse of INR 68 crores. #OrangeArmypic.twitter.com/2WwRZMUelO
— SunRisers Hyderabad (@SunRisers) November 30, 2021