ପଞ୍ଜାବ କିଙ୍ଗସକୁ ୯ ୱିକେଟରେ ମାତ୍ ଦେଲା ହାଇଦ୍ରାବାଦ । ଜନି ବେୟୋରେଷ୍ଟୋଙ୍କ ଅର୍ଦ୍ଧଶତକ, ଖଲିଲ ଅହମ୍ମଦଙ୍କୁ ୩ ୱିକେଟ୍ ସଫଳତା ।

99

କନକ ବ୍ୟୁରୋ: ପଞ୍ଜାବ କିଙ୍ଗସକୁ ମାତ୍ ଦେଲା ସନରାଇଜର୍ସ ହାଇଦ୍ରାବାଦ । ଆଜି ଏକ ଲୋ-ସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୯ ୱିକେଟରେ ହରାଇଛି ହାଇଦ୍ରାବାଦ । ଆଜି ପ୍ରଥମ ଇଂନିସରେ ପଞ୍ଜାବ ୧୨୦ ରନ୍ କରିଥିବାବେଳେ ହାଇଦ୍ରାବାଦ ଏହାକୁ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୨୧ ରନ୍ ସଂଗ୍ରହ କରିନେଇଛି ।

ଆଜି ପ୍ରଥମରୁ ପଞ୍ଜାବ କିଙ୍ଗସ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହାପରେ ପଡିଆକୁ ଓହ୍ଲାଇଥିଲେ ମୟଙ୍କ-ରାହୁଲ ଯୋଡି । ହେଲେ ଦଳୀୟ ସ୍କୋର ୧୫ ରନ୍ ଥିବାବେଳେ ରାହୁଲ ଆଉଟ୍ ହୋଇଯାଇଥିଲେ । ଏହାପରେ ଲଗାତାର ୱିକେଟ୍ ପତନ ଦଳର ସ୍କୋରକୁ ଆଗକୁ ବଢିବାକୁ ଦେଇନଥିଲା । ଦଳ ପ୍ରଥମ ଇଂନିସରେ ୧୨୦ ରନ କରି ଅଲଆଉଟ୍ ହୋଇଯାଇଥିଲା । ହାଇଦ୍ରାବାଦ ପକ୍ଷରୁ ଦ୍ରୁତ ବୋଲର ଖଲୀଲ ଅହମ୍ମଦ ୩ଟି ଏବଂ ଅଭିଷେକ ଶର୍ମା ୨ଟି ସଫଳତା ପାଇଥିଲେ । ଜବାବରେ ସନରାଇଜର୍ସ ହାଇଦ୍ରାବାଦ କେବଳ ଗୋଟିଏ ୱିକେଟ୍ ହରାଇ ୧୨୧ ରନ୍ ସଂଗ୍ରହ କରିନେଇଛି । ଦଳ ପକ୍ଷରୁ ତିନି ବିଦେଶୀ ବ୍ୟାଟ୍ସମ୍ୟାନ ୱାର୍ଣ୍ଣର, ବେୟୋରେଷ୍ଟୋ ଓ ୱିଲିୟମସନ ଚତ୍ମକାର ବ୍ୟାଟିଂ କରିଥିଲେ ।