ନୂଆ ଲୁକରେ ନଜର ଆସିଲେ ଶ୍ରୀଶାନ୍ତ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ, ଲୋକେ କହିଲେ, ଏବେ ଶ୍ରୀଶାନ୍ତଙ୍କୁ ଦେଖି ଡରିଯିବେ ହରଭଜନ

68

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଦ୍ରୁତ ବୋଲର ଏସ୍ ଶ୍ରୀଶାନ୍ତ ପୁଣି ଚର୍ଚ୍ଚାରେ । ୨୦୧୩ରେ ସ୍ପଟ ଫିକ୍ସିଂ ମାମଲାରେ ଫଶିଥିବା ଶ୍ରୀଶାନ୍ତଙ୍କ ଉପରେ ଏବେ ଆଜୀବନ ପ୍ରତିବନ୍ଧକ ଲାଗିଛି । ଅଥାର୍ତ ସେ କୌଣସି ମ୍ୟାଚ ଖେଳି ପାରିବେ ନାହିଁ । କିନ୍ତୁ ଏସବୁ ଭିତରେ ଶ୍ରୀଶାନ୍ତଙ୍କ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଶ୍ରୀଶାନ୍ତଙ୍କ ଏଭଳି ଫଟୋ ଦେଖି ଅଧିକାଂଶ ଲୋକ ଆଶ୍ଚଯ୍ୟ ହୋଇଛନ୍ତି ।


କ୍ରିକେଟ ପଡିଆ ଛାଡ଼ିବା ପରେ ଶ୍ରୀଶାନ୍ତ ଏବେ ଜିମରେ ଝାଳ ବୁହାଉଛନ୍ତି । ଜିମରେ କଠିନ ପରିଶ୍ରମ କରି ଶ୍ରୀଶାନ୍ତ ଜବରଦସ୍ତ ବଡି ବନାଇଛନ୍ତି । ଶ୍ରୀଶାନ୍ତଙ୍କ ସିକ୍ସ ପ୍ୟାକ ଫିଗରକୁ ଦେଖି ଆଶ୍ଚଯ୍ୟ ହୋଇଛନ୍ତି ଫ୍ୟାନ । ତେବେ ଏଭଳି ସିକ୍ସ ପ୍ୟାକ ଫିଗର କରିବା ପଛରେ ଏକ ବଡ କାରଣ ରହିଛି । ଆଉ ଏହି ରହସ୍ୟ ପଛରେ ରହିଛି ଶ୍ରୀଶାନ୍ତଙ୍କ ଫିଲ୍ମ ଦୁନିଆ । ବଲିଉଡ ଫିଲ୍ମରେ ଏଣ୍ଟ୍ରି ମାରି ସାରିଥିବା ଶ୍ରୀଶାନ୍ତ ପୂର୍ବରୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଛନ୍ତି । ତେବେ କନ୍ନଡ଼ ଫିଲ୍ମ କେମ୍ପେଗୌଡା-୨ ପାଇଁ ଶ୍ରୀଶାନ୍ତ ଏହି ନୂଆ ଲୁକ କରିଛନ୍ତି ।

ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ମାନେ ହରଭଜନ ସିଂ ମାରିବା ପରେ ଶ୍ରୀଶାନ୍ତଙ୍କ କାନ୍ଦିବା ଫଟୋ ସେୟାର କରିଥିଲେ । କିଛି ୟୁର୍ଜସ ମଜାଳିଆ ଢଙ୍ଗରେ ଲେଖିଛନ୍ତି, ଏବେ ଶ୍ରୀଶନ୍ତଙ୍କ ସାଙ୍ଗରେ ହରଭଜନ ପଙ୍ଗା ନେବେ ନାହିଁ । ୨୦୦୮ ମସିହା ଆଇପିଏଲରେ ଶ୍ରୀଶାନ୍ତ ଓ ହରଭଜନଙ୍କ ସିଂଙ୍କ ମଧ୍ୟରେ ପଡ଼ିଆରେ ହୋଇଥିବା ଝଗଡା ସେତେବେଳେ ଚର୍ଚ୍ଚାରେ ରହିଥିଲା ।