କନକ ବ୍ୟୁରୋ: ସାରା ଉତ୍କଳ ହେଉଛି ଜଗନ୍ନାଥଙ୍କ ଦେଶ । ପ୍ରତି ଓଡିଆଙ୍କ ପରିଚୟ କହିଲେ ମହାପ୍ରଭୁ ଜଗନ୍ନାଥ । ଆଉ ଯେତେବେଳେ ଓଡିଆଙ୍କ ମଉଡମଣୀଙ୍କ ନବକଳେବର କଥା ଆସେ, ଭକ୍ତଙ୍କ ମନରେ ଉତ୍କଣ୍ଠା ବଢିଯାଏ । କେଉଁଠୁ ପରଂବ୍ରହ୍ମଙ୍କ ଦାରୁ ମିଳିବ । ଯେଉଁଠି ଦାରୁ ଚିହ୍ନଟ ହୁଏ, ପରବର୍ତି ସମୟରେ ସେଠାରେ ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରର ମହକ । ଦାରୁପୀଠରେ ପୂଜା ପାଇଥାନ୍ତି ଚତୁର୍ଦ୍ଧା ବିଗ୍ରହ । କଟକ ଜିଲ୍ଲା ସାଲେପୁରରେ ରହିଛି ସେମିତି ଏକ ଦାରୁପୀଠ । ଯେଉଁଠୁ ଶ୍ରୀକ୍ଷେତ୍ର ଯାଇଥିଲା ବଡଠାକୁର ବଳଭଦ୍ରଙ୍କ ଦାରୁ । ଦାରୁ ଯିବା ପରେ ସେଠାରେ ନିର୍ମାଣ ହୋଇପାରିନାହିଁ ମନ୍ଦିରଟିଏ । ତେଣୁ ଖୋଲାମେଲାରେ ଭଙ୍ଗା ଦଦରା ଘରେ ପୂଜା ପାଉଛନ୍ତି ଦାରୁ ଦିଅଁ ।
ଦାରୁପୀଠରେ ନିର୍ମାଣ ହୋଇପାରିନି ମନ୍ଦିର । ୨୮ ବର୍ଷ ଧରି ଖୋଲାମେଲାରେ ପୂଜା ପାଉଛନ୍ତି ଶ୍ରୀଜିଉ । ଭଙ୍ଗା ଘରେ ପୂଜା ପାଉଛନ୍ତି ଦାରୁ ଦିଅଁ ।
/kanak/media/post_attachments/wp-content/uploads/2024/02/Screen-Shot-2024-02-07-at-8.38.30-AM.jpg)