ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ : ସୁଚନା ଦେଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ

ସେବାୟତଙ୍କ ଭିତରେ ବିବାଦ କାରଣରୁ ବିଳମ୍ବିତ ହୋଇଥିଲା ବେଶ; କହିଲେ, ସମସ୍ତଙ୍କ ସହଯୋଗ ପାଇଁ ସମ୍ଭବ ହେଲା ଦୁର୍ଲ୍ଲଭ ବେଶ

200

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ଏବେ ବେଶ ଶେଷ ହେବା ପରେ ଅନ୍ୟାନ ନୀତିକାନ୍ତି ଚାଲିଛି । ଅପରାହ୍ନ୩ଟା ଯାଏ ବୀର ବେଶରେ ରହିବେ ବଡ଼ ଠାକୁର । ଏହା ପରେ ବେଶ ଓଲାଗି ନୀତି ରହିଛି । ତେବେ ସେବାୟତଙ୍କ ଭିତରେ ବିବାଦ କାରଣରୁ ନିତି ବିଳମ୍ବିତ ହୋିଥିବା କହିଛନ୍ତି ପୁରୀ ଜିଲ୍ଳାପାଳ ବଲୱନ୍ତ ସିଂ । ସ୍ୱତନ୍ତ୍ର ବେଶ ପାଇଁ ଅଧିକ ସେବାୟତଙ୍କୁ ନିୟୋଜିତ କରାଯାଇଥିଲା । ସୁରୁଖୁରୁରେ ସମସ୍ତ କାମ ଚାଲିଥିବାରୁ ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାପାଳ । ପ୍ରଶାସନର କଟକଣା ମାନି ବାହାରୁ ପୁରୀକୁ ଭକ୍ତ ଆସନଥିବାରୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି ।

୨୬ ବର୍ଷ ପରେ ପୁରୀ ଶ୍ରୀକ୍ଷେତ୍ରରେ ହୋଇଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ୩ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ଯ୍ୟ । ଭୋର ୪ଟା ପରିବର୍ତେ  ସକାଳ ୭ଟାରେ ହେଲା ବେଶ । ମହାପ୍ରଭୁଙ୍କ ସୁନା ଗଣତିକୁ ନେଇ ବିବାଦ କାରଣରୁ ବେଶ ବିଳମ୍ବିତ ହୋଇଛି । ଭଣ୍ଡାର ମେକାପ ଓ ଖୁଂଟିଆ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଶ୍ରୀମନ୍ଦିର ପ୍ରଶାସକଙ୍କ ବୁଝାସୁଝା ପରେ ଆରମ୍ଭ ହୋଇଥିଲା ବେଶ ଲାଗି । ଦୀର୍ଘ ୨୬ ବର୍ଷ ପରେ ହୋଇଛି ବଡ଼ ଠାକୁରଙ୍କ ଏହି ବିରଳ ବେଶ । କାର୍ତିକ ମଳ ତ୍ରୈୟୋଦଶୀ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇଥାଏ । ଧନୁ, ତୀର, ହଳ, ମୁଶଳ ଓ ଚକ୍ର ଆଦି ଧରୀ ବୀର ବେଶରେ ରତ୍ନ ସିଂହାସନରେ ଶୋଭାପାଇଥାଆନ୍ତି ଶ୍ରୀଜିଉ । ୧୬ ପ୍ରକାର ଆୟୁଧ ମହାପ୍ରଭୁଙ୍କୁ ଲାଗି କରାଯାଏ । ଏହାକୁ ନାଗା ବେଶ ବୋଲି ମଧ୍ୟ କୁହାଯାଏ । ଦେବୀ ଶୁଭଦ୍ରାଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଆଭୁଶଣରେ ତ୍ରୀଭୁନେଶ୍ୱରୀ ବେଶରେ ସୁସଜ୍ଜିତ କରାଯାଏ । ପୌରାଣିକ ମତ ଅନୁସାରେ କାର୍ତିକ ମଳ ତ୍ରୟୋଦଶୀରେ ଭଗବାନ ବିଷ୍ଣୁଙ୍କ ଅବତାର ପ୍ରଭୁ ପର୍ଶୁରାମ ସହଶ୍ରାର୍ଜୁନଙ୍କୁ ବଦ୍ଧ କରିଥିଲେ ।

କରୋନା କଟକଣା ଯୋଗୁଁ ଏହି ବେଶର ଦର୍ଶନରୁ ବଂଚିତ ହୋଉଛନ୍ତି ଭକ୍ତ । ନାଗାର୍ଜୁନ ବେଶ ପାଇଁ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମରିଚକୋଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା ଜାରି ହୋଇଛି । ରାତି ୨ଟାରୁ ଆଜି ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ । ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ  ୨୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି  । ୧୪୪ ଧାରା ଜାରି ସମୟରେ ପତିତପାବନ ଦର୍ଶନରୁ ବଂଚିତ ରହିବେ ଭକ୍ତ । ଅର୍ଥାତ୍ ସିଂହଦ୍ୱାର ନିକଟକୁ ଅନୁମତି ପ୍ରାପ୍ତ ବ୍ୟକ୍ତି ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ନିଷେଧ କରାଯାଇଛି । ଦ୍ୱାରଫିଟା ନୀତି ପୂର୍ବରୁ ସିଂହଦ୍ୱାରଠାରୁ ହରଚଣ୍ଡି ସାହି ପର୍ଯ୍ୟନ୍ତ ରାସ୍ତାକୁ ସଫା କରିବା ସହ ଶୋଧ କରାଯାଇଛି । ଶୁଭମୁହୁର୍ତରେ ପୂଜାପାଠ କରାଯାଇ ବିଜେ କାହାଳି ବାଜିବା ପରେ ଶ୍ରୀମନ୍ଦିରକୁ ବିଜେ କରିଥିଲେ ମହାପ୍ରଭୁଙ୍କ ପାଇଁ ତିଆରି ହୋଇଥିବା ନାଗାର୍ଜୁନ ବେଶ ।