କାଳିଆ ହୁଣ୍ଡିରେ କଳା ଟଙ୍କା ! କଠୋର କଟକଣା ପରେ କଳା ଧନକୁ ଧଳା କରିବା ପାଇଁ ମିଳୁନି ବାଟ

ଖାସ୍ ସେବାୟତଙ୍କୁ ଶୃଙ୍ଖଳା ଶିଖାଇବା ପାଇଁ... ! ଶ୍ରୀମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦର୍ଶନ ନକରି ପତିତପାବନରୁ ଦିଅଁ ଦର୍ଶନ କରିବାକୁ ଆହ୍ୱାନ ଦେଲେ ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରତିଭା ରାୟ

sreejagannath hundi -puri

କନକ ବ୍ୟୁରୋ : ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଛି ପାଖାପାଖି ୫ ଲକ୍ଷ ଟଙ୍କାର ଅଚଳ ନୋଟ୍ । ଗତକାଲି ଭକ୍ତଙ୍କ ଗହଳି ନଥିଲା, ହେଲେ ବଡଦେଉଳ ଭିତର କାଠ ନିକଟରେ ଥିବା ହୁଣ୍ଡିରେ ମୋଟ୍ ୬ଲକ୍ଷ ୯୫ ହଜାର ୯ ଶହ ୭୨ ଟଙ୍କା ପଡିଥିବା ଗଣତି ପରେ ଜଣାପଡିଥିଲା ।

କାର୍ତିକ ମାସ ପରେ କିଛି ଦିନ ଧରି ଭକ୍ତଙ୍କ ଗହଳି ହ୍ରାସ ପାଉଛି, ହେଲେ ହୁଣ୍ଡିରେ ଦାନ ପରିମାଣ ବୃଦ୍ଧି ପାଉଥିବା ଦେଖା ଯାଉଛି । ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ ଅଚଳ ଘୋଷଣାକୁ ୨୪ ଦିନ ଗଡିଗଲାଣି । ବିଶେଷ କରି ଦିନକୁ ଦିନ କଟକଣା କଠୋର ହେବାରୁ କଳା ଟଙ୍କାକୁ ଧଳା କରିବାକୁ ବାଟ ମିଳୁନାହିଁ । ଫଳରେ ଅଧିକ ପରିମାଣରେ ଅଚଳ ନୋଟ ହୁଣ୍ଡିରେ ପଡୁଥିବା ଅନୁମାନ କରାଯାଉଛି ।

ଶ୍ରୀମନ୍ଦିର ପ୍ରଶାସନ ହୁଣ୍ଡି ଆୟକୁ ବ୍ୟାଙ୍କରେ ଜମା କରିଥାଏ । କିଏ  ଦାନ କରୁଛି, କେତେ ଦାନ କରୁଛି ଏବଂ ଦାନ ଟଙ୍କା କେଉଁ ସୂତ୍ରରୁ ପାଇଛି ତାର ହିସାବ ରଖାଯାଏ ନାହିଁ । କଳା ଧନ ମହଜୁଦକାରୀ ଏପରି କରି ନିଜ ନିକଟରୁ ପୁରୁଣା ନୋଟ ହଟାଉଛନ୍ତି ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe