କନକ ବ୍ୟୁରୋ: ରାଜ୍ୟରେ ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ୮ ଜିଲ୍ଲାପାଳଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଘରୁ ନବାହାରିକୁ ପରାମର୍ଶ ଦିଆଯାଇଛି ।
ଏହାସହ ଏହି ସମୟ ମଧ୍ୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ହାଲୁକା, ଧଳା ଓ ସୂତା ବସ୍ତ୍ର ପରିଧାନ କରିବାକୁ କୁହାଯାଇଛି । ବାହାରକୁ ବାହାରିବା ସମୟରେ ମୁଣ୍ଡକୁ ଘୋଡ଼ାଇ ରଖିବା, ଓଦା କପଡ଼ା, ଛତା ଓ ଟୋପି ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ପ୍ରଚୁର ପାଣି, ଓଆରଏସ, ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଗର୍ଭବତୀ ଓ ମେଡିକାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।
ଅନ୍ୟପଟେ ପାଣିପାଗ ବିଭାଗର ସୂଚନା ମୁତାବକ, ଦୁଇ ଦିନ ତଳୁ ଓଡ଼ିଶା ଛୁଇଁଛି ମୌସୁମୀ । ହେଲେ ପାଗ ଅନୁକୁଳ ନଥିବାରୁ ରାଜ୍ୟରେ ସକ୍ରିୟ ହୋଇପାରୁନି ମୌସୁମୀ ବାୟୁ । ଫଳରେ ରାଜ୍ୟରେ ଏପର୍ଯ୍ୟନ୍ତ ଅଗ୍ରସର ହୋଇପାରୁନାହିଁ ମୌସୁମୀ ବାୟୁ । ଏପରିକି ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇନପାରେ ମୌସୁମୀ । ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି । ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ଆଗାମୀ ୫ ଦିନ ଯାଏଁ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିବ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/6-12.jpg)