ବାଲେଶ୍ୱରରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ଏସଆରସି : କହିଲେ, ମୁକାବିଲା ପାଇଁ ପ୍ରସ୍ତୁତି ରହିଛି ଜିଲ୍ଲା ପ୍ରଶାସନ

ପ୍ରଭାବିତ ଅଂଚଳରେ ଖାଦ୍ୟ, ପିଇବା ପାଣି ପାଇଁ କରାଯାଇଛି ସମସ୍ତ ପ୍ରକାର ବ୍ୟବସ୍ଥା

111

କନକ ବ୍ୟୁରୋ : ବାତ୍ୟା ୟାସ ଯୋଗୁଁ ପ୍ରଭାବିତ ହୋଇପାରେ ଓଡ଼ିଶାର ଦୁଇଟି ଜିଲ୍ଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ସେହି ସମୟରେ ଓଡ଼ିଶାର ୨ଟି ଜିଲ୍ଲା ଯଥା ବାଲେଶ୍ୱର ଓ ଭଦ୍ରକ ବିଶେଷଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ଜିଲ୍ଲାରେ କିଭଳି ପ୍ରସ୍ତୁତ କରାଯାଇଛି ତାର ସମୀକ୍ଷା କରିଛନ୍ତି ବାଲେଶ୍ୱର ଗସ୍ତ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ସମୟରେ ଝଡ଼ ହେଲେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ତାର ଅନୁଧ୍ୟାନ କରିଛନ୍ତ ।