‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ର ରୂପ ନେଲା ଅମ୍ଫାନ: ପାରାଦୀପଠୁ ରହିଛି ୯୮୦ କମି ଦୂରରେ, ଘଂଟା ପ୍ରତି ୩ କିମି ବେଗରେ କରୁଛି ଗତି; କାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା-ପବନ

୪ଜିଲ୍ଲା ଉପରେ ରହିଛି ବାତ୍ୟାର ଅଧିକ ପ୍ରଭାବ

3,076

କନକ ବ୍ୟୁରୋ: ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ ରହିଛି । ଏହା ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଥିବା ଅମ୍ପାନ ଧୀରେ ଧୀରେ ଘନୀଭୂତ ହୋଇ ଧୀର ବେଗରେ ଗତି କରୁଛି ।

ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି । ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଏସଆରସି କହିଛନ୍ତି । ଉପକୂଳ ଓ ଉତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । ୧୨ଟି ଜିଲ୍ଳାକୁ ଆଲର୍ଟ କରାଯାଇଛି । ୪ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର,କେନ୍ଦ୍ରାପଡା ଭଦ୍ରକରେ ଅଧିକ ବିପଦ ରହିଛି । ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ତୀକ୍ଷଣ ନଜର ରଖିିଥିବା ଏସଆରସି କହିଛନ୍ତି । ବାତ୍ୟାର ରୂପ ନେଇ ସାରିଥିବା ଅମ୍ଫାନ ପ୍ରଭାବରେ ୧୮ ତାରିଖରୁ ଓଡିଶାରେ ଆରମ୍ଭ ହେବ ବର୍ଷା । ୧୯ ତାରିଖରୁ ପବନର ବେଗ ବଢିବ । ଯେଉଁ ଜିଲ୍ଳାରେ ଦରକାର ପଡିବ ସେଠାରେ ଆସନ୍ତାକାଲିଠୁ ସ୍ଥାନାନ୍ତର କରାଯିବ ।