ଆସନ୍ତାକାଲି ସକାଳୁ ଓଡିଶା ଛାଡିବ ‘ୟାସ୍’ । ପ୍ରେସମିଟରେ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା ।

362

କନକ ବ୍ୟୁରୋ: ବାତ୍ୟା ୟାସ୍ ଆଜି ଲ୍ୟାଣ୍ଡଫଲ୍ କରିବା ପରେ ଏନେଇ ତାଜା ଅପଡେଟ୍ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତାଙ୍କ କହିବା ମୁତାବକ ବାତ୍ୟା ଏବେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ରହିଛି । ଆଗାମୀ କେଇ ଘଣ୍ଟା ଭିତରେ ଏହା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ତେବେ ଏହାର ପ୍ରଭାବରେ ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବର୍ଷା ଜାରି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଏହାସହ ନଜର ପକାନ୍ତୁ, ଏସଆରସିଙ୍କ ପ୍ରେସମିଟର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ…

  • ବାତ୍ୟା ଏବେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ଅଛି
  • ୩ ଘଣ୍ଟା ପରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ
  • ମୟୂରଭଞ୍ଜରେ ଏବେ ୯୦ କିମି ବେଗରେ ପବନ ବହୁଛି
  • ବିଳମ୍ବିତ ରାତି କିମ୍ବା ଭୋର ସମୟରେ ମୟୂରଭଞ୍ଜ ଅତିକ୍ରମ କରିବ
  • ପ୍ରଭାବରେ ଆଜି ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ସମ୍ଭାବନା
  • ଏଯାବତ ମୋଟ ସାଢେ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି
  • ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ
  • ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି
  • ବାତ୍ୟାରେ ମୋଟ ଦୁଇଜଣଙ୍କ ମୃତ୍ୟୁ ହୋଇଛି