ଦୁର୍ବଳ ହେଉଛି ବାତ୍ୟା ଜୱାଦ  । ପବନ କମିବ, ବର୍ଷା ଛେଚିବ । ୧୨ ଫୁଟ୍ ନୁହେଁ ୨ ଫୁଟ ଉଚ୍ଚର ଉଠିପାରେ ଜୁଆର । ଜାଣନ୍ତୁ କଣ କହିଲେ ଏସଆରସି?

333

କନକ ବ୍ୟୁରୋ : ବାତ୍ୟା ଜୱାଦକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ଜୱାଦ ଓଡ଼ିଶା ଉପକୂଳକୁ ଛୁଇଁବା ବେଳକୁ ଏହା ତୀବ୍ର ଅବପାତରେ ପରିଣତ ହୋଇଥିବ । ଯେଉଁଥିପାଇଁ ପବନର ବେଗ କମ ରହିବା ସହ ବର୍ଷାର ପରିମାଣ ବଢିପାରେ ବୋଲି କହିଛନ୍ତି ଏସଆରସି । ଏହାସହ ଜୱାଦ ବାବଦରେ ସୂଚନା ଦେଇ ଏସଆରସି କହିଛନ୍ତି,

୬ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ଜୱାଦ

ଗୋପାଳପୁର ଠାରୁ ୩୧୦, ପୁରୀରୁ ୩୯୦, ପାରାଦ୍ୱୀପରୁ ୪୭୦ କି.ମି ଦୂରରେ ରହିଛି

ଆଜି ରାତି ୯ଟାରୁ ମଧ୍ୟରାତ୍ରୀ ଭିତରେ ଦିଗ ବଦଳାଇବ ଜୱାଦ

ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ

ପୁରୀ ଉପକୂଳରେ ପହଞ୍ଚିବା ବେଳକୁ ତୀବ୍ର ଅବପାତର ରୂପ ନେଇଥିବ ଜୱାଦ

ଏହି ସମୟରେ ଘଣ୍ଟାକୁ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ

ସ୍ଥଳଭାଗ ଆଡକୁ ଆସି ପୁଣିଥରେ ପଶ୍ଚିମବଙ୍ଗ ଆଡକୁ ଗତି କରିବ

ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ଆଜି ଅତି ପ୍ରବଳ ବର୍ଷା ସମ୍ଭାବନା

କଟକ ଓ ଭୁବନେଶ୍ୱରରେ ୨୦୦ରୁ ଅଧିକ ମିଲିମିଟର ବର୍ଷା ହୋଇପାରେ

ବର୍ଷାରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଚାଷ ପ୍ରଭାବିତ ହେବ

ଧାନ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହେବ

ବାତ୍ୟା ପରେ ସଙ୍ଗେ ସଙ୍ଗେ କ୍ଷୟକ୍ଷତିର ଆକଳନ କରାଯିବ

ଫସଲ ଅମଳ ସମୟ ଥିବାରୁ ୭ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରି ସାରିଥିବ ଜୱାଦ

୦.୫ ମିଟର ଅଥାର୍ତ ପାଖାପାଖି ଦେଢ ଫୁଟ ଉଚ୍ଚର ଜୁଆର ଆସିପାରେ

ଆଜି ଜୁଆର ଠାରୁ ଆସନ୍ତାକାଲି ୦.୫ ମିଟର ଜୁଆର ଅଧିକ ଉଠିପାରେ

ଏଯାବତ ଦେଢ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି

ଏବେସୁଦ୍ଧା ୩୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରଣ

ପବନ ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଲେ ଏସଆରସି