କନକ ବ୍ୟୁରୋ: ‘ଫୋନି’ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଠପ୍ ପଡ଼ିଥିବା ବିଦ୍ୟୁତ୍ ସେବାକୁ କାର୍ଯ୍ୟକ୍ଷମ କରିବାକୁ ଦିନ ରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି ବିଦ୍ୟୁତ୍ କର୍ମଚାରୀ । ଆଉ ଏହି କାର୍ଯ୍ୟରେ ଏଯାବତ୍ ଅନେକ ବିଦ୍ୟୁତ୍ କର୍ମଚାରୀ ନିଜର ପ୍ରାଣ ମଧ୍ୟ ହରାଇଲେଣି । ତେଣୁ ଏପରି ସ୍ଥିତିରେ କିଭଳି ସୁରକ୍ଷିତ ରହି ବିଦ୍ୟୁତ୍ କର୍ମଚାରୀମାନେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସେବା କାର୍ଯ୍ୟକୁ ସତର୍କତା ସହିତ ତୁଲାଇବେ ସେନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗ ତରଫରୁ ପରାମର୍ଶ ଜାରି କରାଯାଇଛି ।
— SRC, Govt of Odisha (@SRC_Odisha) May 17, 2019