ସମ୍ଭାବ୍ୟ ବାତ୍ୟା ନେଇ ବସିଲା ବୈଠକ । କେମିତି ହେବ ମୁକାବିଲା, ଏସଆରସିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ।

246

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ପାଇଁ ବସିଲା ରାଜ୍ୟ ସରକାରଙ୍କ ବୈଠକ । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବୈଠକରେ ଓଡ୍ରାଫ, ଏନଡିଆରଏଫ , ଓଡିଶା ପୋଲିସ, ଅଗ୍ନିଶମ ବାହିନୀଙ୍କ ସହ କିଭଳି ବାତ୍ୟାର ମୁକାବିଲା କରାଯିବ ସେ ନେଇ ଆଲୋଚନା କରିଛନ୍ତି । ଏଥିସହ ଆଜି ଜିଲ୍ଲାପାଳ, ଏସପି, ଏଡିଏମ ଡିଇଓ ଓ ଫାୟାର ଅଫିସରଙ୍କ ସହ ଏସଆରସି ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ବାତ୍ୟା ଓଡିଶା ଉପକୂଳର ଚାନ୍ଦବାଲିରୁ ପଶ୍ଚିମବଙ୍ଗର ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ତେଣୁ ଏହାର ପ୍ରଭାବରେ ଓଡିଶା ଉପକୂଳରେ ଥିବା ଏକାଧିକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ତାହାକୁ ଆଖି ଆଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତ ରହିବାକୁ ଏହି ବୈଠକ ହୋଇଛି ।