ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାତିରେ ବାସହୀନଙ୍କ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ । ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ପରାମର୍ଶ

Advertisment
ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାତିରେ ବାସହୀନଙ୍କ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ । ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ପରାମର୍ଶ

କନକ ବ୍ୟୁରୋ : ରାଜ୍ୟରେ ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରିବାକୁ ଚିଠିରେ କୁହାଯାଇଛି ।

ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ଓ ରାତିରେ ଦୁଇ ଚକିଆ ଯାନ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । ଶୀତ ଦୂର ପାଇଁ ନିଆଁ ଜାଳୁଥିଲେ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି ।

ରାଜ୍ୟରେ ଦୁଇ ଦିନ ହେବ ଶୀତର ପ୍ରଭାବ ଅଧିକ ରହିଛି । ତେବେ ଜନଜୀବନକୁ ଦୃଷ୍ଟିରେ ରଖି ଏସଆରସି ସତର୍କ ସୂଚନା ଦେଇଛନ୍ତି । ରାଜ୍ୟରେ ଶୀତର ପ୍ରଭାବ ଦିନ ବେଳା ମଧ୍ୟ ଅନୁଭୂତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe