କନକ ବ୍ୟୁରୋ : ରାଜ୍ୟରେ ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରିବାକୁ ଚିଠିରେ କୁହାଯାଇଛି ।
ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ଓ ରାତିରେ ଦୁଇ ଚକିଆ ଯାନ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । ଶୀତ ଦୂର ପାଇଁ ନିଆଁ ଜାଳୁଥିଲେ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି ।
ରାଜ୍ୟରେ ଦୁଇ ଦିନ ହେବ ଶୀତର ପ୍ରଭାବ ଅଧିକ ରହିଛି । ତେବେ ଜନଜୀବନକୁ ଦୃଷ୍ଟିରେ ରଖି ଏସଆରସି ସତର୍କ ସୂଚନା ଦେଇଛନ୍ତି । ରାଜ୍ୟରେ ଶୀତର ପ୍ରଭାବ ଦିନ ବେଳା ମଧ୍ୟ ଅନୁଭୂତ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/17-25.jpg)