ଆସନ୍ତାକାଲି ରାଜ୍ୟର ୭ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି ।

2,106

କନକ ବ୍ୟୁରୋ: ରାଜ୍ୟର ୭ଟି ଜିଲ୍ଲାରେ ଆସନ୍ତାକାଲି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି । ଏହାକୁ ଆଖି ଆଗରେ ରଖି ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ୭ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏ ସମ୍ପର୍କୀତ ଏକ ଚିଠିକୁ ମଧ୍ୟ ଏସଆରସି ଜିଲ୍ଲାପାଳଙ୍କୁ ପଠାଇ ଦେଇଛନ୍ତି ।

ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତାକାଲି ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ଅଂଚଳରେ ବର୍ଷା ହୋଇପାରେ । ଅନ୍ୟ କିଛି ଅଂଚଳରେ ଘଡଘଡି ସହ ବର୍ଷା ମଧ୍ୟ ହୋଇପାରେ । ତେଣୁ ଏଥିପାଇଁ ଜିଲ୍ଲାପାଳମାନେ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏସଆରସି ଆଜି ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଚିଠିରେ ସେ ଲୋକମାନଙ୍କୁ ଏ ସମ୍ବନ୍ଧରେ ସଚେତନ କରିବାକ ପରାମର୍ଶ ଦେଇଥିବାବେଳେ, ସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି । ଏହାସହ ପ୍ରତି ସମୟର ରିପୋର୍ଟ ମଧ୍ୟ ରଖିବାକୁ ଏସଆରସି ଜିଲ୍ଲାପାଳମାନଙ୍କୁ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଉପରୋକ୍ତ ୭ଟି ଜିଲ୍ଲାରେ ଆସନ୍ତାକାଲି ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆଲର୍ଟ ଜାରି କରିବା ସହିତ ୟଲୋ ୱାର୍ଣ୍ଣି ଜାର କରିଛନ୍ତି ।