ଜାଗର ପାଇଁ ଜାରି ହେଲା ଗାଇଡଲାଇନ । ମେଳାକୁ ନା’, ଗହଳି ମନା । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ । 

476

କନକ ବ୍ୟୁରୋ : ଜାଗର ପାଇଁ ଜାରି ହେଲା କଟକଣା । କରୋନା ମହାମାରୀକୁ ଦୃଷ୍ଟିରେ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଶିବ ମନ୍ଦିର ଭିତରେ ଓ ବାହାରେ ଗହଳି ଉପରେ କଟକଣା ଜାରି କରାଯାଇଥିବା ବେଳେ ଯେପରି କୌଣସି ମେଳା ନ ପଡେ ତାହା ଉପରେ ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି । ଏନେଇ ସମସ୍ତ ଜିଲ୍ଳାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଗାଇଡଲାଇନ ଅନୁଯାୟୀ, ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଆସନ୍ତା ୧୧ ତାରିଖରେ ରାଜ୍ୟରେ ପାଳିତ ହେବ ମହାଶିବରାତ୍ରୀ । ପୂର୍ବରୁ ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠରେ ମେଳା ବସିଥାଏ । କିନ୍ତୁ ଏଥର ମେଳା ବସିବା ଉପରେ କଟକଣା ଜାରି କରାଯାଇଛି । ତେବେ ଏନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ ବୋଲି ଚିଠିରେ କୁହାଯାଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।