କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ଏସଆରସି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାହାରିଲେ ଏସଆରସି

9,910

କନକ ବ୍ୟୁରୋ: ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୫୦ରୁ ଅଧିକ ଆହତ ସୂଚନା । ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ସ୍ୱତନ୍ତ୍ର ରିଲିଫି କମିଶନର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଯାଉଛନ୍ତି ଏସଆରସି । ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଘଟଣାସ୍ଥଳକୁ ଯାଉଛନ୍ତି । ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନମ୍ବର ମଧ୍ୟ ଜାରି କରାଯାଇଛି । ଜରୁରୀକାଳୀନ ଯୋଗାଯୋଗ ନମ୍ବର-୬୭୮୨୨୬୨୨୮୬ ।

ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି । ଏବେ ବି ଜାରି ରହିଛି ଉଦ୍ଧାର କାମ । ଆଜି ବାଲେଶ୍ୱର ବାହାନଗା ନିକଟରେ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ । ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ।