‘ଫୋନି’ରେ କ୍ଷୟକ୍ଷତି ନେଇ ଏସଆରସି ଦେଲେ ପ୍ରାଥମିକ ରିପୋର୍ଟ । ଏବେସୁଦ୍ଧା ପ୍ରାଣ ହରାଇଛନ୍ତି ୩୫ ଜଣ , ପ୍ରଭାବିତ ହୋଇଛନ୍ତି ୧୪ ଜିଲ୍ଲାର ୧ କୋଟି ୪୦ ଲକ୍ଷ ୬୦ ହଜାରରୁ ଅଧିକ ଲୋକ । 

‘ଫୋନି’ରେ କ୍ଷୟକ୍ଷତି ନେଇ ଏସଆରସି ଦେଲେ ପ୍ରାଥମିକ ରିପୋର୍ଟ । ଏବେସୁଦ୍ଧା ପ୍ରାଣ ହରାଇଛନ୍ତି ୩୫ ଜଣ , ପ୍ରଭାବିତ ହୋଇଛନ୍ତି ୧୪ ଜିଲ୍ଲାର ୧ କୋଟି ୪୦ ଲକ୍ଷ ୬୦ ହଜାରରୁ ଅଧିକ ଲୋକ । 

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ଏବେସୁଦ୍ଧା କେତେ କ୍ଷୟକ୍ଷତି ହୋଇଛି ସରକାର ଦେଲେ ପ୍ରାଥମିକ ଆକଳନ ରିପୋର୍ଟ । ଏବେସୁଦ୍ଧା ’ଫୋନି’ରେ ମୋଟ ୩୫ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି । ଆଉ ବାତ୍ୟା ଯୋଗୁଁ ୧୪ଟି ଜିଲ୍ଲାରେ ମୋଟ ୧ କୋଟି ୪୦ ଲକ୍ଷ ୬୦ ହଜାର ୬୦୨ ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି। ସେଗୁଡ଼ିକ ହେଲା ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ,ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼ ଏବଂ ପୁରୀ। ଯେଉଁଥିରେ ୧୫୫ଟି ବ୍ଲକ ସମେତ ୫୧ଟି ସହରାଞ୍ଚଳ, ୧୬ ହଜାର ୭୪ଟି ଗ୍ରାମରେ ଏହି ବାତ୍ୟା କ୍ଷୟକ୍ଷତି ଘଟାଇଛି ।

publive-imageଅନ୍ୟପଟେ ପିଇବା ପାଣି ସମସ୍ୟା ଦୁର କରିବାକୁ ପଡୋଶୀ ଜିଲ୍ଲାରୁ ପୁନରୁଦ୍ଧାର କରିବା ଦଳଙ୍କୁ ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ମୁତୟନ କରାଯାଇଛି। ବିଦ୍ୟୁତ ସରବରାହ ପୁନଃଅବସ୍ଥାପିତ କରିବା ପାଇଁ ପୁରୀ, ଭୁବନେଶ୍ବର ଓ ଖୋର୍ଦ୍ଧା ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗରୁ ଠିକାଦାରୀ ସଂସ୍ଥା ଏଲ ଆଣ୍ଡ ଟି, ପିଜିସିଆଇଏଲ, ଟାଟା ପାଵାର ଏବଂ ଏନଟିପିସି ଜରିଆରେ ଅଧିକ ୨୦୦ ଗ୍ୟାଙ୍ଗଙ୍କୁ ନିୟୋଜିତ କରାଯାଇଛି ।

publive-imageସେହିପରି ସରକାରୀ ରିପୋର୍ଟରେ ଦର୍ଶାଯାଇଛି, ବ୍ୟାପକ କ୍ଷତି ଘଟିଥିବା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଏବେବି ରାସ୍ତା ସଫେଇ କାର‌୍ୟ୍ୟ ଜାରି ଅଛି। ଭୁବନେଶ୍ବର ସମେତ ଏସବୁ ଜିଲ୍ଲାରେ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ପ୍ରଭାବିତ ଜିଲ୍ଲାରୁ ମୋଟ ୧୪ ଲକ୍ଷ ୧୮ ହଜାର ୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ୨୪ ହଜାର ୮୮୯ ଜଣ ପର୍ଯ୍ୟଟକଙ୍କୁ ପୁରୀ, ବାଲେଶ୍ବର, ଗଞ୍ଜାମ ଓ କଟକରୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe