କନକ ବ୍ୟୁରୋ : ବାତ୍ୟା ଅସାନିକୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ଭାରତୀୟ ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ବାବଦରେ ଗଣମାଧ୍ୟମ ଆଗରେ ବାତ୍ୟାର ରୂପରେଖ ବାବଦରେ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା ।
- ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି କାକିନଡା ପାଖାପାଖି ସ୍ଥଳଭାଗ ଛୁଇଁପାରେ
- ସ୍ଥଳଭାଗ ଛୁଇଁବା ପୂର୍ବରୁ ରିକର୍ଭ କରିପାରେ
- କାକିନଡାରୁ ବିଶାଖାପାଟଣା ମଧ୍ୟରେ ସମାନ୍ତରଳ ଭାବେ ସ୍ଥଳଭାଗକୁ ଛୁଇଁ ଛୁଇଁ ଯାଇପାରେ ବାତ୍ୟା
- ବିଶାଖାପାଟଣା ପରେ ଏହା ଅଧିକ ରିକର୍ଭ ହୋଇ ସମୁଦ୍ର ମଧ୍ୟରେ ଗତି କରିବ
- ୧୨ ତାରିଖ ବେଳକୁ ଏହା ବିଶାଖାପାଟଣାକୁ ଛୁଇଁବା ବେଳକୁ ଦୁର୍ବଳ ହୋଇ ସାରିଥିବ
- ୧୨ ତାରିଖ ସନ୍ଧ୍ୟା ପରଠାରୁ ସମୁଦ୍ର ଭିତରେ ଆହୁରି ଦୁର୍ବଳ ହେବ ଅସାନି
- ୧୨ ତାରିଖ କିମ୍ବା ୧୩ ତାରିଖ ସକାଳ ସୁଦ୍ଧା ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିନଥିବ
- ବିଶାଖାପାଟଣା ପରେ ଯେହେତୁ ସମୁଦ୍ର ମଧ୍ୟକୁ ପ୍ରବେଶ କରିବ ତେଣୁ ଏହାର ଗତିପଥ ବାବଦରେ ଏଯାଏଁ ଆକଳନ ହୋଇନାହିଁ
- ଏହି ସମୟରେ ବାତ୍ୟା ଅପେକ୍ଷାକୃତ ଦୁର୍ବଳ ହୋଇ ସାରିଥିବ
- ଓଡ଼ିଶା ଉପରେ ବେଶି ପବନ ହେବ ନାହିଁ, ବର୍ଷା ହେବ
- ରାୟଗଡା, ମାଲାକାନଗିରି, ଗଜପତି, କୋରାପୁଟ ଓ ଗଞ୍ଜାମରେ ଆସନ୍ତାକାଲି ଠାରୁ ବର୍ଷା
- ୧୨ ତାରିଖରେ ଉପକୂଳ ଜିଲ୍ଲାରେ କିଛି ମାତ୍ରାରେ ବର୍ଷା ସମ୍ଭାବନା
- ମଧ୍ୟମରୁ ପ୍ରବଳ ବର୍ଷା ହେବ, ଅତିଭୀଷଣ ବର୍ଷା ହେବ ନାହିଁ
- ମତ୍ସ୍ୟଜୀବୀ ମାନେ ସରକାରଙ୍କ ନିର୍ଦ୍ଦେଶ ନ ମାନି ସମୁଦ୍ରକୁ ଗଲେ କାର୍ଯ୍ୟାନୁଷ୍ଠାନ
- ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି
- ଭୁସ୍କଳନର ମୁକାବିଲା ପାଇଁ ବି ଆମେ ପ୍ରସ୍ତୁତ କରିଛୁ