କନକ ବ୍ୟୁରୋ: ରାଜ୍ୟରେ ଆଜିଠୁ ଦୃଶ୍ୟମାନ ହେବ ଘନକୁହୁଡ଼ି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଘନକୁହୁଡି ଦୃଶ୍ୟମାନ ହେବ । କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ କମ୍ ରହିବ । ଉପକୂଳ ଓଡ଼ିଶା ସମେତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ପଦପେକ୍ଷ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି ।

Advertisment

ବିଭିନ୍ନ ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ପତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଶୁଷ୍କ ଥଣ୍ଡା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି । ଫଳରେ ରାଜ୍ୟରେ ଶୀତ କମିବ । ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ।