ବାତ୍ୟା ‘ବୁଲବୁଲ’ ନେଇ ଏସଆରସିଙ୍କ ତାଜା ସୂଚନା: ଅପରାହ୍ନରୁ ବଢିବ ପବନର ବେଗ; ପ୍ରବଳ ବର୍ଷା ସାଙ୍ଗକୁ ୪ ଜିଲ୍ଲାରେ ୭୦ରୁ ୯୦ କିମି ଛୁଇଁପାରେ ପବନର ବେଗ

ସମୟ ଗଡୁଛି, ସ୍ଥାନାନ୍ତର ଚାଲିଛି: ‘ବୁଲବୁଲ’ ନୁହେଁ ଓଡିଶା ଛାତିରେ ବର୍ଷାର ଛନକା । ପବନ ବଢିବା ପୂର୍ବରୁ ପ୍ରଶାସନର ପ୍ରସ୍ତୁତି

କନକ ବ୍ୟୁରୋ: ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଲା ‘ବୁଲବୁଲ’ । ତାଜା ସୂଚନା ଅନୁଯାୟୀ ଏବେ ପାରାଦୀପଠାରୁ ୩୫୦ କିମି ଦୂରରେ ‘ବୁଲବୁଲ’ କେନ୍ଦ୍ରୀଭୂତ ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଆଜି ଭୁବନେଶ୍ବରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୦ କିମି ବେଗରେ ବାଂଲାଦେଶ ଓ ପଶ୍ଚିମବଙ୍ଗକୁ ମୁହାଁଇଛି ବାତ୍ୟା। ଏହାଫଳରେ ଆଜିଠୁ ୯ ତାରିଖ ଯାଏ ୮ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

publive-image

ତେବେ ବାତ୍ୟା ବୁଲବୁଲ ପ୍ରଭାବରେ ଓଡିଶା ଉପକୂଳରେ ସାଧାରଣ ଭାବେ ୪୫ରୁ ୫୫କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବେଗ । ଅପରାହ୍ନ ବେଳକୁ ଏହାର ବେଗ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ୬୫ କିଲୋମିଟରକୁ ଛୁଇଁବାର ମଧ୍ୟ ସମ୍ଭାବନା ରହିଛି । ସେହିଭଳି ଆସନ୍ତାକାଲି ୪ଟି ଜିଲ୍ଲା ତଥା ଜଗତସିିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଓ ଭଦ୍ରକରେ ୭୦ରୁ ୯୦ କିଲୋମିଟରବେଗରେ ପବନ ବହିପାରେ ଏବଂ ପୁରୀ, ଗଂଜାମ ଏହି ଦୁଇ ଜିଲ୍ଲାରେ ଆଜି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

publive-image

ସେହିଭଳି ଓଡିଶା ଉପକୂଳ ଦେଇ ବାତ୍ୟା ବୁଲବୁଲ ଗତି କରୁଥିବାରୁ, ଉପକୂଳର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଓଡ୍ରାଫ୍ର ଦୁଇଟି ଟିମ୍ ଏବଂ ସହାୟତା କରିବା ପାଇଁ ଏନ୍ଡିଆରଏଫ୍ର ଗୋଟିଏ ଟିମ୍ ପଠାଯାଇଛି । ଅଗ୍ନିଶମ ବାହିନୀକୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଛ କଟା ମେସିନ୍ ମଧ୍ୟ ସଜାଗ ରଖାଯାଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ତଳିଆ ଅଂଚଳରେ ଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।

publive-image

ସେପଟେ, ବର୍ଷା ସମ୍ଭାବନାକୁ ଦେଖି ଯାଜପୁର ଜିଲ୍ଳାରେ ଆଜି ସ୍କୁଲ ଛୁଟି ଘୋଷଣା । ପୂର୍ବରୁ ଆସନ୍ତାକାଲି ସ୍କୁଲ ଛୁଟି ରହିବାକୁ ଘୋଷଣା କରାଯାଇଥିବାବେଳେ ଆଜି ଛୁଟି ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହା ପୂର୍ବରୁ ୮ ଓ ୯ ତାରିଖରେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ତିନିଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି । ସେହିପରି ୯ ତାରିଖ ଦିନ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ. ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ୯ଟି ଜିଲ୍ଲାରେ ସ୍କୁଲ ବନ୍ଦ୍ ରଖିବାକୁ ନିଷ୍ପତି ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe