ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’।

475

କନକ ବ୍ୟୁରୋ: ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’ । ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟାସ୍ । ସକାଳ ୯ଟାରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପ୍ରାୟ ୪ଘଂଟା ଧରି ଚାଲିଥିଲା ଏହି ପ୍ରକ୍ରିୟା ଚାଲିଥିଲା । ଏବେ ମୟୁରଭଞ୍ଜ ଦେଇ ଝାଡଖଣ୍ଡ ମୁହାଁ ହୋଇଛି ବାତ୍ୟା  । ଧୀରେ ଧୀରେ କମୁଛି ପବନର ବେଗ । ଶିମିଳିପାଳ ଜୈବମଣ୍ଡଳ ଦେଇ ବାତ୍ୟା ଅତିକ୍ରମ କରୁଛି, ତେଣୁ ଶିମିଳିପାଳ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଶିମିଳିପାଳ ରେଞ୍ଜରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରାଯାଉଛି । ଶିମିଳିପାଳରେ ବର୍ଷା ହେଉଛି । ତେଣୁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିବା ଆଶଙ୍କା ରହିଛି । ବାରିପଦାଠାରେ ଜଳ ୨୧ ଫୁଟରେ ଅଛି । ୬ ମିଟର ବିପଦ ସଂକେତ ତଳେ ଅଛି । ମୟୂରଭଞ୍ଜ ଜିଲ୍ଲାପାଳ ବୁଢ଼ାବଳଙ୍ଗ ନଦୀ ପାଖର ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଆଗାମୀ ୮ ଘଂଟା ନୀଳଗିରି ଓ ମୟୂରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଏମଡିର ସୂଚନା ଅନୁସାରେ ଘଂଟା ପ୍ରତି ୧୩୦ ରୁ ୧୪୫ କିଲୋମିଟର ବେଗରେ ପବନ ବହିଥିଲା । ସେହିପରି ବହୁତ ଗାଁରେ ପାଣି ପଶିଛି । ବାହାନଗା, ରେମୁଣା , ବାଲେଶ୍ୱର ସଦର, ଧାମରାରେ ପାଣି ପଶିଛି । ଦିନେ ଦୁଇ ଦିନ ଭିତରେ କ୍ଷତି ହିସାବ ଜଣାପଡିଛି ।