କନକବ୍ୟୁରୋ: ସୋର ପୌରପାଳିକା ଓଭରବ୍ରିଜ ନିକଟ ଶ୍ରୀରାମ +ଦୁଇ ବିଜ୍ଞାନ କଲେଜର ଚଳିତ ବର୍ଷ ଶତ ପ୍ରତିଶତ ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୨ଶହ ୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ସବୁ ଛାତ୍ରଛାତ୍ରୀ ଉର୍ତ୍ତୀଣ୍ଣ ହୋଇଛନ୍ତି । କଲେଜରେ ମୋଟ ୨୦୨ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନ କଲେଜରେ ୨୭ଜଣ ପାଇଛନ୍ତି ।/kanak/media/post_attachments/wp-content/uploads/2024/05/tttt-2.jpeg)
କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସୁଲଗ୍ନା ମହାରଣା ସେ ୫୩୯ ନମ୍ବର ରଖିଛନ୍ତି । ୫୩୭ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଗଣେଶ ସାହୁ ଓ ୫୩୬ ନମ୍ବର ରଖି ତୃତୀୟ ଅଧିକାର କରିଛନ୍ତି ସୌଭାଗ୍ୟ ଲକ୍ଷ୍ମୀ ବେହେରା । କଲେଜରେ ଶତପ୍ରତିଶତ ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରି ଦେଖାଦେଇଛି । ଏଥିସହ କଲେଜ ପରିଚାଳକ ଇନ୍ଦ୍ରଜିତ ଦେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/tttt.jpeg)