ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ୩ଟି ଫର୍ମାଟରେ ଭାରତୀୟ ଦଳର ମଙ୍ଗ ଧରିବେ କୋହଲି, ନୂଆ ଚେହେରାଙ୍କୁ ମିଳିଲା ସୁଯୋଗ ।

Advertisment
ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ୩ଟି ଫର୍ମାଟରେ ଭାରତୀୟ ଦଳର ମଙ୍ଗ ଧରିବେ କୋହଲି, ନୂଆ ଚେହେରାଙ୍କୁ ମିଳିଲା ସୁଯୋଗ ।

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ତିନିଟି ଫର୍ମାଟ୍ ପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଭାରତ ୱେଷ୍ଟଇଣ୍ଡିଜ ଗସ୍ତରେ ତିନୋଟି ଟି ୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ତେବେ ତିନିଟି ଯାକ ଫର୍ମାଟରେ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ ବିରାଟ କୋହଲି । ଅନ୍ୟପଟେ ଦିନିକିଆ ଏବଂ ଟି-୨୦ ଦଳକୁ ଶିଖର ଧାୱନ ଫେରିବା ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଏବେ ଖୁସି ଖବର । ତେବେ ନଜର ପକାନ୍ତୁ କେଉଁ ଫର୍ମାଟରେ କେଉଁ ଖେଳାଳୀଙ୍କୁ ମିଳିଛି ସ୍ଥାନ ।

ଭାରତୀୟ ଦିନିକିଆ ଦଳ : ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ନଭଦୀପ ସାଇନି ।

ଭାରତୀୟ ଟେଷ୍ଟ ଦଳ : ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ(ଉପଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରି, ଋଷଭ ପନ୍ଥ(ୱିକେଟରକ୍ଷକ), ଋଦ୍ଧିମାନ ଶାହା(ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜସପ୍ରିତ ବୁମରା, ଉମେଶ ଯାଦବ ।

ଭାରତୀୟ ଟି-ଟ୍ୱେଣ୍ଟି ଦଳ : ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, କୃର୍ଣ୍ଣାଲ ପାଣ୍ଡ୍ୟା, ୱାଂଶିଟନ୍ ସୁନ୍ଦର, ରାହୁଲ ଚହର, ଦୀପକ ଚହର, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ନଭଦୀପ ସାଇନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe