କନକ ବ୍ୟୁରୋ: ଜୁନ୍ ଦ୍ୱିତୀୟ ସପ୍ତାହରେ ଦେଶରେ ମିଳିବ ଋଷିଆ ନିର୍ମିତ ସ୍ପୁଟନିକ-ଭି ଟିକା । ଏନେଇ ଘୋଷଣା କରିଛି ଆପୋଲ ହସ୍ପିଟାଲ ଗ୍ରୁପ୍ । ଦେଶରେ ପ୍ରାୟ ୮୦ଟି ସ୍ଥାନରେ ଆଗ ଧାଡ଼ିର କରୋନା ଯୋଦ୍ଧା ବାଣିଜ୍ୟିକ ସଂସ୍ଥାର କର୍ମଚାରୀ ମାନଙ୍କୁ ଏହି ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ଆପୋଲ ହସ୍ପିଟାଲ ଗ୍ରୁପର ଉପାଧ୍ୟକ୍ଷ ସୋଭନା କାମିନେନି । ତେବେ ଗୋଟିଏ ଡ଼ୋଜ ଟିକାର ଦାମ୍ ୧୧୯୫ ଟଙ୍କା ସ୍ଥିର କରାଯାଇଛି । ଏଥିରେ ଟିକାର ଦାମ୍ ୯୯୫ଟଙ୍କା ଓ ୨ଶହ ଟଙ୍କା ଟିକାକରଣ ଖର୍ଚ୍ଚ ରହିଛି । ଆପୋଲ ହସ୍ପିଟାଲ ଗ୍ରୁପର ଉପାଧ୍ୟକ୍ଷ କହିଛନ୍ତି ପ୍ରତି ସପ୍ତାହରେ ୧୦ ଲକ୍ଷ ଲୋକଙ୍କ ଟିକା କରଣ ସହ ସେପ୍ଟେମ୍ବର ସୁଦ୍ଧା ୨କୋଟି ଲୋକଙ୍କ ଟିକାକରଣର ଲକ୍ଷ ରଖିଛି ଆପୋଲୋ ଗୁପ୍ । ଗତ ମେ’ ୨୪ ତାରିଖରେ ପ୍ରଥମ ଥର ପାଇଁ ଋଷିଆ ନିର୍ମିତ ସ୍ପୁଟନିକ୍- ଭି ଟିକା ଭାରତରେ ପହଂଚିଥିଲା ।  ଭାରତ ସମେତ ବିଶ୍ୱର ୬୦ଟି ଦେଶ ଋଷିଆ ନିର୍ମିତ ସ୍ପୁଟିନିକ-ଭି ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ଦେଇଛନ୍ତି ।