କନକ ବ୍ୟୁରୋ: କରୋନା ସଙ୍କଟ ବେଳେ ଆଉ ଏକ ଆଶ୍ୱସ୍ତିକର ଖବର । ଆସନ୍ତା ସପ୍ତାହରେ ଦେଶରେ ମିଳିବ ସ୍ପୁଟନିକ-ଭି ଭ୍ୟାକ୍ସିନ । ଏହାସହ ଋଷର କମ୍ପାନୀ ଭାରତ କମ୍ପାନୀ ମାନଙ୍କ ସହ ମିଶି ଜୁଲାଇ ମାସରୁ ଦେଶରେ ସ୍ପୁଟନିକ-ଭି ଭ୍ୟାକ୍ସିନ ଉତ୍ପାଦନ ଆରମ୍ଭ କରିବେ । ତେବେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରେସ କନଫରେନ୍ସ କରି ସୂଚନା ଦେଇଛି ।
ନୀତି ଆୟୋଗର ସଦସ୍ୟ ଭିକି ପଲ କହିଛନ୍ତି, ଋଷରୁ ଆସିଥିବା ସ୍ପୁଟନିକ-ଭି ଭ୍ୟାକ୍ସିନ ଆସନ୍ତା ସପ୍ତାହରେ ଋଷରେ ଉପଲବ୍ଧ ହେବ । ହେଲେ ଆଗକୁ କିପରି ଦେଶରେ ଏହାର ଉତ୍ପାଦନ ହେବ ତାର ପ୍ରୟାସ ମଧ୍ୟ ଜାରି ରହିଛି । ଭ୍ୟାକ୍ସିନର ଉତ୍ପାଦନ ଦେଶରେ ଜୁଲାଇ ମାସରୁ ଆରମ୍ଭ ହେବ ବୋଲି ଭିକି ପଲ କହିଛନ୍ତି ।
କରୋନା ସଙ୍କଟ ବେଳେ ଦେଶରେ ଭ୍ୟାକ୍ସିନେସନକୁ ଜୋରଦାର କରିଛନ୍ତି ସରକାର । ଟିକାକରଣ ଚାଲିଥିବା ବେଳେ ଋଷ ଟିକା ସ୍ପୁଟନିକ ଭି ମଧ୍ୟ ଦେଶରେ ଉପଲବ୍ଧ ହେବ ବୋଲି ସରକାର ସୂଚନା ଦେଇଛନ୍ତି । ତେବେ ଏହି ଟିକା ଅଧିକ ଫଳପ୍ରଦ ବୋଲି ଦାବି କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/05/bl16sputnik.jpg)