କୋଭାକ୍ସିନ ଓ କୋଭିସିଲ୍ଡ ପରେ ଖୁବ ଶୀଘ୍ର ଭାରତରେ ଉପଲବ୍ଧ ହେବ ରୁଶିଆ ଟିକା ସ୍ପୁଟନିକ ଭି । କୋ-ୱିନ ଆପରେ ସ୍ଲଟ ବୁକିଂ ବେଳେ ଅପସନରେ ସାମିଲ ହୋଇଛି ସୁପ୍ଟନିକ ଭି

552

କନକ ବ୍ୟୁରୋ : କୋଭିସିଲ୍ଡ ଓ କୋଭାକ୍ସିନ ପରେ ଭାରତ ବଜାରରେ ଖୁବ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ରୁଷିଆ ଟିକା ସ୍ପୁଟନିକ ଭି । ସ୍ପୁଟନିକ ଟୀକାକରଣ ପାଇଁ କୋୱିନ ୱେବସାଇଟରେ ସ୍ଲଟ ବୁକ୍ କରାଯାଇପାରିବ । ପୂର୍ବରୁ କୋୱିନ ୱେବସାଇଟରେ କେବଳ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଆବେଦନର ବ୍ୟବସ୍ଥା ଥିବା ବେଳେ ଏବେ ଏଥିରେ ଯୋଡି ହୋଇଛି ସ୍ପୁଟନିକ ଭି ।

ବର୍ତମାନ ସମୟରେ କୋଭାକ୍ସିନ ଓ କୋଭିସିଲ୍ଡ ଆବଶ୍ୟକତା ମେଣ୍ଟାଇ ପାରୁନଥିବାରୁ ଏହି ସମସ୍ୟାକୁ ଦୂର କରିବାରେ ସହାୟକ ହେବ ରୁଷିଆ ଟିକା ସ୍ପୁଟନିକ ଭି । ଡକ୍ଟର ରେଡି’ସ୍ ଲାବୋରେଟୋରିଜ୍ ଫାର୍ମା କମ୍ପାନୀ ଭାରତରେ ରୁଷିଆ ଟିକା ତିଆରି ପାଇଁ ଲାଇସେନ୍ସ ପାଇଛି । ଏହି ଟିକା ଜୁନ୍ ମଧ୍ୟ ଆଡକୁ ଟିକା କେନ୍ଦ୍ରରେ ଉପଲବ୍ଧ ହୋଇପାରିବ । ଭାରତରେ ପ୍ରଥମେ ୩୫ସହରରେ ଏହି ଟିକା ଉପଲବ୍ଧ ହେବ । ମାଇନଓ ୧୮ ଡିଗ୍ରୀରେ ସ୍ପୁଟନିକ ଭି ଟିକା ରଖିବାର ବ୍ୟବସ୍ଥା ଥିବା କେନ୍ଦ୍ରରେ ଏହାକୁ ରଖାଯିବ । ରୁଷିଆରୁ ଆସିଥିବା ସ୍ପୁଟନିକ୍ ଭି’ର ଗୋଟିଏ ଡୋଜ୍ର ଦାମ ୯୯୫ ଟଙ୍କା ୪୦ ପଇସା ଧାର୍ଯ୍ୟ କରାଯାଇଛି ।