କରୋନା ବିରୋଧ ଲଢେଇରେ ଭାରତକୁ ଆସୁଛି ଆଉ ଏକ ଅସ୍ତ୍ର । ଆଜି ଭାରତରେ ପହଂଚିବ ଋଷ ଟିକା ସ୍ପୁଟନିକ୍- ଭି ।

220

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଆଜି ଭାରତରେ ପହଂଚିବ ଋଷ ଟିକା ସ୍ପୁଟନିକ୍-ଭିର ପ୍ରଥମ ପର୍ଯ୍ୟାୟ । ଏହାପୂର୍ବରୁ ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନକୁ କରୋନା ବିରୋଧ ଲଢେଇରେ ବ୍ୟବହାର କରାଯାଉଛି । ସ୍ପୁଟନିକ-ଭି ର ପ୍ରଥମ ପର୍ଯ୍ୟାୟ ଆସିବା ପରେ ଦେଶରେ ଟିକାକରଣ ଅଭିଯାନ ଦ୍ରୁତ ହେବ ବୋଲି କୁହାଯାଇଛି । କହିରଖୁ କି ଆଜି ଠାରୁ ଦେଶରେ ୧୮ ବର୍ଷରୁ ଅଧିକ ଓ ୪୫ ବର୍ଷରୁ କମ୍ ବୟସର ଲୋକଙ୍କୁ ଟିକା ଦାନ ଆରମ୍ଭ ହୋଇଛି । ମାତ୍ର ଟିକାର ଅଭାବ ଯୋଗୁ ଆଜି ମାତ୍ର ୬ ଟି ରାଜ୍ୟରେ ଟିକାକରଣ ହେଉଥିବା ସୂଚନା ମିଳିଛି । ଏଭଳି ସ୍ଥଳେ ସ୍ପୁଟନିକ୍ ଭି ଆସିଲେ ନିଅଣ୍ଟିଆ ଟିକା ସମସ୍ୟା ଦୂର ହେବା ସହ ଟିକାକରଣ ଅଭିଯାନ ଦ୍ରୁତ ହେବ ।

ଋଷ ଅଧିକାରୀଙ୍କ ସୂଚନା ମୁତାବକ ଆଜି ଭାରତରେ ସ୍ପୁଟନିକ- ଭି ଟିକାର ପ୍ରଥମ ପର୍ଯ୍ୟାୟ ପହଂଚିଯିବ । ଏହି ଟିକାକୁ ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିୟୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ୱାରା ବିକଶିତ କରାଯାଇଛି । ଋଷ ପ୍ରତ୍ୟେକ୍ଷ ନିବେଷ କୋଷ (ଆରଡିଆଇଏଫ) ର ପ୍ରମୁଖ କିରିଲ ଦୀମିତ୍ରିକ ପୂର୍ବ ସପ୍ତାହରେ ସମାଚାର ଏଜେନ୍ସି ରାୟଟର୍ସ କୁ କହିଥିଲେ କି ସ୍ପୁଟନିକ୍ –ଭି ର ପ୍ରଥମ ପର୍ଯ୍ୟାୟ ମେ ମାସ ୧ ତାରିଖରେ ଭାରତରେ ପହଂଚିବ ବୋଲି କହିଥିଲେ ।
କହିରଖୁ କି ଭାରତରେ ଔଷଧ ମହାନିୟନ୍ତ୍ରକ କିଛି ସର୍ତ୍ତ ସହିତ ସ୍ପୁଟନିକ୍ ଭି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାପରେ ଭାରତରେ ତୃତୀୟ କରୋନା ଟିକା ବ୍ୟବହାର ନେଇ ସ୍ପଷ୍ଟ ହୋଇଥିଲା ।
ଅନ୍ୟପଟେ ଭାରତରେ ବ୍ୟବହାର ହେଉଥିବା ୨ ଟି ଟିକା କୁ ଯଦି ସ୍ପୁଟନିକ୍ ଭି ଟିକା ସାଙ୍ଗରେ ତୁଳନା କରାଯାଏ ତେବେ ସ୍ପୁଟନିକ୍ ଭିର ପ୍ରଭାବ ୯୧ ପ୍ରତିଶତ ରହିଛି । ଅନ୍ୟପଟେ କୋଭିସିଲ୍ଡ ଓ କୋଭାକ୍ସିନ ସ୍ପୁଟନିକ୍ ଭି ଠାରୁ କିଛି କମ୍ ପ୍ରଭାବୀ ବୋଲି କୁହାଯାଉଛି ।