ଫିଟୁଛି ନକଲି ଔଷଧ କାରବାରର ଗୁମର : ମୁଖ୍ୟ ଅଭିଯୁକ୍ତ ଶିବ ଜେନାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ

Advertisment
ଫିଟୁଛି ନକଲି ଔଷଧ କାରବାରର ଗୁମର : ମୁଖ୍ୟ ଅଭିଯୁକ୍ତ ଶିବ ଜେନାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ

କନକ ବ୍ୟୁରୋ : ଫିଟୁଛି ନକଲି ଔଷଧ କାରବାରର ଗୁମର । ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନାଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି । ଗତକାଲି ଏହି ମାମଲାରେ  ୩ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍ । ସେମାନେ ହେଉଛନ୍ତି ସଂସ୍ଥାର ନିର୍ଦ୍ଦେଶିକା ତଥା ଶିବଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା, ମ୍ୟାନେଜର ପ୍ରୀତିରଞ୍ଜନ ପରିଡ଼ା ଓ ଗୋଡାଉନ୍‌ ଇନ୍‌ଚାର୍ଜ ସତ୍ୟପ୍ରକାଶ ମହାନ୍ତି। ଏ ସମସ୍ତଙ୍କୁ ଗିରଫ ପରେ  କଟକ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଚୌଦ୍ବାର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

କଟକର ଏହି କମ୍ପାନି କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଫାଭିମାକ୍ସ ଭଳି ଏକ ନାମୀ ଓ ଫଳପ୍ରଦ ବ୍ରାଣ୍ଡର ନକଲି ଔଷଧ ସାରା ରାଜ୍ୟରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଥିଲା । ଔଷଧ ଷ୍ଟ୍ରିପ୍‌ ପିଛା ୬୫ ଟଙ୍କାରେ କିଣା ହେଉଥିଲା, ଆଉ ଖୋଲା ବଜାରରେ ଅସଲି ଦର ଅର୍ଥାତ୍‌ ୧୨୯୦ ଟଙ୍କାରେ ବିକ୍ରି ହେଉଥିଲା। ଅର୍ଥାତ ୨୦ ଗୁଣା ଅଧିକ ଦରରେ ବିକି ମାଲାମାଲ୍ ହେଉଥିଲେ ଏହି ନକଲି ଔଷଧ ବେପାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe