ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଝାରସୁଗୁଡାରେ ମାରାଥନ୍ । ନବ ଦାସଙ୍କ ନାଁରେ ନାମିତ ହେବ ଏସପି ଅଫିସ ଛକ ।

221

କନକ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଅବସରରେ ଝାରସୁଗୁଡା ବିଭିନ୍ନ କାର୍ଯ୍ୟକ୍ରମର ଆୟାଜିତ ହୋଇଛି । ଏହି ଅବସରରେ ମନମୋହନ ସ୍କୁଲ ପଡ଼ିଆରୁ ମିନି ମାରାଥନ ବାହାରିଛି । ଏଥିରେ ଝାରସୁଗୁଡ଼ାର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଏହାସହ ଝାରସୁଗୁଡ଼ା ଏସପି ଅଫିସ ସମ୍ମୁଖରେ ନବ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରାଯାଇ ସ୍ଥାନୀୟ ଛକକୁ ନବ ଦାସଙ୍କ ନାଁରେ ନାମିତ କରାଯିବ । ଏହାସହ ଆଜି ଏକ ସର୍ବଧର୍ମ ସ୍ମୃତି ସଭାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।