ସକାଳ ଜଳଖିଆ ଭାବେ ଗ୍ରହଣ କରନ୍ତୁ ଗଜାମୁଗ । ସ୍ୱାସ୍ଥ୍ୟପାଇଁ ଏହା ରାମବାଣ ଜୀବନଚର୍ଯ୍ୟା By Kanak News Bureau On Apr 8, 2022 - 9:20 AM Last updated Apr 8, 2022 - 9:47 AM 584 Share କନକ ବ୍ୟୁରୋ: ସକାଳୁ ଖାଲି ପେଟରେ ସ୍ୱାସ୍ଥ୍ୟ ପାଇଁ ଅନେକ ଜିନିଷ ବ୍ରେକଫାଷ୍ଟରେ ସାମିଲ କରୁଥିବେ । ହେଲେ ଏପରି ଏକ ଖାଦ୍ୟ ଅଛି ଯାହାକୁ ସକାଳୁ ଖାଇବା ଆପଣଙ୍କ ଶରୀର ପାଇଁ ରାମବାଣ ପରି କାର୍ଯ୍ୟ କରେ । ତାହା ହେଉଛି ଗଜା ମୁଗ । ଏହାକୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ ରହିପାରିବେ । ଆସନ୍ତୁ ଜାଣିବା ଗଜାମୁଗ ଖାଇବାର ଉପକାରିତା Kanak News is now on WhatsApp Join and get latest news updates delivered to you via WhatsApp Join Now ଗଜାମୁଗକୁ ପ୍ରତିଦିନ ସକାଳ ଜଳଖିଆ ଭାବେ ଗ୍ରହଣ କଲେ ରକ୍ତହୀନତାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିଥାଏ । ଅନ୍ତରାଷ୍ଟ୍ରୀୟ ସ୍ତରରେ ମୁଗକୁ ସୁପର ଫୁଡର ଆଖ୍ୟା ଦିଆଯାଇଛି । ଏହା ପାଖପାଖି ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ । ଭାରତରେ ତ ଏହା ଆମ ଖାଦ୍ୟ ସାରଣୀର ଏକ ମୁଖ୍ୟ ଅଂଶ । ମୁଗରେ ପ୍ରଚୂର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ଓ ବାୟୋଆକ୍ଟିଭ୍ କମ୍ପାଉଣ୍ଡ ରହିଛି । ଏହା ସ୍ତ୍ରୀ ଲୋକମାନଙ୍କର ମହାମାରୀ ସମୟରେ ଅତ୍ୟନ୍ତ କାମ ଦେଇଥାଏ । ଗଜାମୁଗକୁ ପ୍ରତିଦିନ ସକାଳ ଖାଦ୍ୟରେ ସାମିଲ କରିବା ଦ୍ୱାରା ରକ୍ତହୀନତାର ସମସ୍ୟା ଦୂର ହୋଇଯାଏ । ମୁଗ ଡାଲିରେ ଆମିନୋଏସିଡ୍ ଥିବା ହେତୁ ଶରୀର ପାଇଁ ହିତକର । ଗଜାମୁଗ ଖାଇବା ଦ୍ୱାରା ଦେହ ଫୁର୍ତ୍ତି ଲାଗେ । ଗଜାମୁଗ ପ୍ରୋଟିନର ଗନ୍ତାଘର ଅଟେ । ଏଥିରେ ଥିବା ଆଣ୍ଟିଅକ୍ସିଡାକରଟ ପାକସ୍ଥଳୀ କର୍କଟରୁ ଦୂରେଇ ରଖିଥାଏ । ଭାରତ ସହିତ ଏସିଆ ମହାଦେଶର ବିଭିନ୍ନ ଦେଶରେ ଗରମ ଦିନେ ଅଂଶୁଘାତ ହେବାର ଦେଖାଯାଏ । ଏହି ସବୁଥିରୁ ଦୂରେଇ ରହିବା ପାଇଁ ଗରମ ଦିନେ ସକାଳେ ଗଜାମୁଗ ଖାଇବା ଆବଶ୍ୟକ । ମୁଗଡାଲି ସୁପରେ ଖରାପ କୋଲେଷ୍ଟ୍ରଲକୁ କମ୍ କରିବାର କ୍ଷମତା ରହିଛି । ତେଣୁ ଯେଉଁମାନେ ମୁଗଡାଲି ସୁପ ନିଜ ଖାଦ୍ୟରେ ସାମିଲ କରନ୍ତି ସେମାନଙ୍କ ହୃଦରୋଗ ଆଶଙ୍କା ଖୁବ୍ କମ୍ । ପୋଟାସିୟମ୍, ମ୍ୟାଗ୍ନେସିୟମ ଓ ଫାଇବରରେ ଭରପୁର ଥିବା ହେତୁ ଏହା ବ୍ଲଡ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ୨୦୦ ଗ୍ରାମ ମୁଗରେ ୧୫.୪ ପ୍ରତିଶତ ଫାଇବର ରହିଛି । ତେଣୁ ପ୍ରତିଦିନ ସକାଳୁ ଗଜମୁଗ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ । ଏହାବ୍ୟତୀତ ମୁଗଡାଲିରେ କାର୍ବୋହାଇଡ୍ରେଟ୍ ପ୍ରଚୂର ପରିମାଣରେ ରହିଛି । ଓଜନ କମାଇବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ପ୍ରତିଦିନ ସକାଳୁ ଖାଲିପେଟରେ ଗଜାମୁଗ ଖାଇବା ଲାଭଦାୟକ । ଗଜାମୁଗରେ ଫାଇବର ଓ ପ୍ରୋଟିନ୍ ଥିବା ଅଧିକ ସମୟ ପର୍ଯ୍ୟନ୍ତ ୋକ ମଧ୍ୟ ଲାଗିନଥାଏ । 584 Share FacebookTwitterGoogle+WhatsAppTelegramEmailPrint